ଭୁବନେଶ୍ବର: ପୁରୀ ଏବଂ ଯୋଗ ନଗରୀ ଋଷିକେଶ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଟ୍ରେନ । ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ଋଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।
ପୁରୀ ଓ ଯୋଗ ନଗରୀ ରିଷିକେଶ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ 08477/08478 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ ଟ୍ରେନ 2021 ଜାନୁଆରୀ 27ରୁ ଏପ୍ରିଲ30 ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର ୮ଘ.୪୫ମିରେ ଛାଡିବାକୁ ଥିବାବେଳେ ଏହା 2021 ଜାନୁଆରୀ 30ରୁ ମଇ 3,ମଧ୍ୟରେ ରିଷିକେଶରୁ ଭୋର ୫ଘ.୩୫ମି.ରେ ଛାଡିବ ।
ଏହି ଟ୍ରେନ୍ ପୁରୀ ଓ ଝାରସୁଗୁଡା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ସୋରୋ, ବାଲେଶ୍ୱର, ଚକୁଲିଆ, ଘଟଶୀଳା, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର ଷ୍ଟେସନ ଠାରେ ଏବଂ ରାଇଗଡ଼ ଓ ଋଷିକେଶ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ ଷ୍ଟେସନ ଯଥା ବିଳାସପୁର, ଅନୁପପୁର, କାଟନି ମାରୱାରା, ଝାନ୍ସି, ଗ୍ୱାଲିଅର, ଆଗ୍ରା କାଣ୍ଟ, ମଥୁରା, ହଜରତ ନିଜାମୁଦ୍ଦିନ, ମିରଟ ସିଟି ଏବଂ ହରିଦ୍ୱାର ଷ୍ଟେସନ ମାନଙ୍କରେ ରହଣି କରିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ