ଓଡିଶା

odisha

ETV Bharat / city

ସାଇବର କ୍ରାଇମ ରୋକିବାକୁ ଗଠନ ହେବ ସ୍ପେଶାଲ ଟିମ - bhubaneswar

ରାଜ୍ଯର ପୋଲିସ ଭବନ ଠାରେ ଆୟୋଜିତ ସାଇବର କ୍ରାଇମ ଇନଭେଷ୍ଟିଗେସନ ଓ ଫରେନସିକ ସଂକ୍ରାନ୍ତୀୟ ୪ ଦିନିଆ କର୍ମଶାଳା । ରାଜ୍ୟରେ ଏବେ ଚିନ୍ତାଜନକ ସ୍ଥିତିରେ ସାଇବର କ୍ରାଇମ । ତେବେ ଏହାକୁ କେମିତି ପ୍ରତିହତ କରିହେବ ସେନେଇ ଆଲୋଚନା କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 17, 2019, 11:46 PM IST

ଭୁବନେଶ୍ବର: ଚିନ୍ତାଜନକ ସ୍ଥିତିରେ ଏବେ ରାଜ୍ୟରେ ସାଇବର କ୍ରାଇମ । ଦିନକୁ ଦିନ ରାଜ୍ଯରେ ବଢିଚାଲିଛି ସାଇବର କ୍ରାଇମ । ମାଲାମାଲ ସାଇବର ଅପରାଧି । ବିପଦରେ ଦେଶର ଅର୍ଥନୀତି । ତେବେ ଏସବୁର ସମାଧାନ ପାଇଁ ଖୁବଶିଘ୍ର ରାଜ୍ଯରେ ଗଠନ ହେବାକୁ ଯାଉଛି ସ୍ପେଶାଲ ଟିମ । ଏଥିସହ ଆହୁରି ପ୍ରତିଷ୍ଠା ହେବ ତିନୋଟି ନୂତନ ସାଇବର ପୋଲିସ ଷ୍ଟେସନ । ବାଲେଶ୍ବର,ଜୟପୁର ଓ ଭୁବନେଶ୍ବରରେ ଖୋଲିବ ଏହି ନୂତନ ଥାନା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏନେଇ ରାଜ୍ଯର ପୋଲିସ ଭବନ ଠାରେ ଆୟୋଜିତ ସାଇବର କ୍ରାଇମ ଇନଭେଷ୍ଟିଗେସନ ଓ ଫରେନସିକ ସଂକ୍ରାନ୍ତୀୟ ୪ ଦିନିଆ କର୍ମଶାଳାର ପ୍ରଥମ ଦିନରେ ସୂଚନା ଦେଇଛନ୍ତି ପୋଲିସ ଡିଜି । ତେବେ ପୋଲିସ ଭବନ ଠାରେ ଏହି ଆଲୋଚନା ଚକ୍ରରେ ରାଜ୍ଯର ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ଉପସ୍ଥିତ ରହିବା ସହ ରାଜ୍ଯ ୟୁନିସେଫ ଶାଖାର ମୁଖ୍ଯ ଡାକ୍ତର ମୋନିକା ନିଲସନ ଯୋଗ ଦେଇ ବିଶେଷ କରି ଶିଶୁ ସାଇବର ଅପରାଧ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ତେବେ ସୂଚନା ମୂତାବକ ୨୦୧୬ ରେ ମୋଟ ୩୧୭ଟି କେସରୁ ୯୯ଟି ପୁରୁଷ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିପରି ୨୦୧୭ରେ ୮୨୪ଟି କେସରେ ୧୯୩ ଜଣ ପୁରୁଷ ଓ ୨ଜଣ ମହିଳା ଗିରଫ ହୋଇଛନ୍ତି। ୨୦୧୮ରେ ୮୬୭ ରୁ ୨୮ଜଣ ପୁବୁଷ ଓ ୮ଟି ମହିଳା ଓ ୨୦୧୯ ଏଯାବତ୍ ସୁଦ୍ଧା ୨୪୧ ଜଣ ମଧ୍ଯରୁ ୪୫ ଜଣ ପୁରୁଷ ଓ ଜଣେ ମହିଳା ଗିରଫ ହୋଇଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details