ଓଡିଶା

odisha

ETV Bharat / city

BJB ଛାତ୍ରୀ ଆତ୍ମହତ୍ୟା ଘଟଣା, ସିନିୟର ଛାତ୍ରୀଙ୍କୁ ଖୋଜୁଛି ସ୍ପେଶାଲ ଟିମ୍ - ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା

BJB ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ତଦନ୍ତ ପାଇଁ କଲେଜରେ ପହଞ୍ଚିଲା ତିନି ଜଣିଆ ଟିମ । ଅଧିକ ପଢନ୍ତୁ

BJB ଛାତ୍ରୀ ଆତ୍ମହତ୍ୟା ଘଟଣା, ସିନିୟର ଛାତ୍ରୀଙ୍କୁ ଖୋଜୁଛି ସ୍ପେଶାଲ ଟିମ୍
BJB ଛାତ୍ରୀ ଆତ୍ମହତ୍ୟା ଘଟଣା, ସିନିୟର ଛାତ୍ରୀଙ୍କୁ ଖୋଜୁଛି ସ୍ପେଶାଲ ଟିମ୍

By

Published : Jul 3, 2022, 3:26 PM IST

ଭୁବନେଶ୍ବର: BJB ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ତଦନ୍ତ ପାଇଁ କଲେଜରେ ପହଞ୍ଚିଲା ତିନି ଜଣିଆ ଟିମ । ଅତିରିକ୍ତ ଡିସିପି ପିକେ ରାଉତଙ୍କ ନେତୃତ୍ବରେ ତଦନ୍ତ କରୁଛି ସ୍ପେଶାଲ ଟିମ୍ । ବିଜେବି କଲେଜ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଟିମ । ଏନେଇ ହଷ୍ଟେଲ ଓ୍ବାର୍ଡେନ ଓ ସୁପରିଟେଣ୍ଡଣ୍ଟକୁ ତଦନ୍ତ ପରିସରକୁ ନେଇଛି ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ରୁଚିକାଙ୍କ କ୍ଲାସମେଟଙ୍କୁ ପଚରାଉଚୁରା କରିଥିବାବେଳେ ରବିବାର ସିନିୟର ଛାତ୍ରୀଙ୍କୁ ଜେରା କରିଛି ।

BJB ଛାତ୍ରୀ ଆତ୍ମହତ୍ୟା ଘଟଣା, ସିନିୟର ଛାତ୍ରୀଙ୍କୁ ଖୋଜୁଛି ସ୍ପେଶାଲ ଟିମ୍

ଏନେଇ ହଷ୍ଟେଲରେ ଥିବା ସିନିୟର ଅର୍ଥାତ ଦ୍ବିତୀୟ ବର୍ଷ ଓ ତୃତୀୟବର୍ଷର ୧୩୪ ଜଣ ଛାତ୍ରୀଙ୍କୁ ଜଣ ଜଣ କରି ତଦନ୍ତ କରୁଛି ପୋଲିସ । ପୂର୍ବରୁ ହଷ୍ଟେଲର ହୋଇଥିବା ବାଦ ବିବାଦ ବାବଦରେ ତନାଘନା କରୁଛି ପୋଲିସ । ଏନେଇ ଏସିପି ପରେଶ ରାଉତ କହିଛନ୍ତି, ତଦନ୍ତ ଚାଲିଛି ସମସ୍ତ ଦିଗକୁ ଧ୍ୟାନ ଦିଆଯାଉଛି ଏବେ ହଷ୍ଟେଲରେ ପଚରାଉଚୁରା ଚାଲିଛି । ତଦନ୍ତ ପରେ ସମସ୍ତ ସତ୍ୟ ଜଣାପଡିବ ବୋଲି କହିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ଅନ୍ୟ ଅଭିଭାବକମାନେ ପ୍ରତିକ୍ରିୟା ରଖିଛନ୍ତି । ଛାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ କଡାକଡି ସହ କଲେଜ କର୍ତ୍ତୃପକ୍ଷ ଏଦିଗରେ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି । ସେପଟେ ଜଣେ ଛାତ୍ରୀ କହିଛନ୍ତି ଯେ ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସୁ । କିନ୍ତୁ ହଷ୍ଟେଲରେ ସେ କେବେ ଏପରି ରାଗିଂର ସମ୍ମୁଖୀନ ହୋଇନଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details