ଓଡିଶା

odisha

ETV Bharat / city

ଦଲାଲ ମୁକ୍ତ ହେବ କ୍ୟାପିଟାଲ ହସ୍ପିଟାଲ, ଗଠନ ହେବ ସ୍ପେଶାଲ ଟିମ୍

ଧରାପଡ଼ିବେ ଦଲାଲ । ଶୋଷଣର ଶିକାର ହେବେ ନାହିଁ ରୋଗୀ । କ୍ୟାପିଟାଲ ହସ୍ପିଟାଲରେ ରାଜ କରୁଥିବା ଦଲାଲୀଙ୍କୁ ଧରିବା ପାଇଁ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Sep 14, 2019, 8:24 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଏଥର ଦଲାଲଙ୍କ ଶିକାର ହେବେ ନାହିଁ । କ୍ୟାପିଟାଲ ହସ୍ପିଟାଲ ପରିସରରେ ବୁଲୁଥିବା ଠକଙ୍କୁ ସାବାଡ଼ କରିବା ପାଇଁ ଗଠନ ହେବ ସ୍ବତନ୍ତ ସ୍କ୍ବାର୍ଡ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଏହି ସ୍କ୍ବାର୍ଡ ସାଧାରଣ ଲୋକମାନଙ୍କ ସହ ରହି ଦଲାଲଙ୍କ ହାବ ଭାବ ପରଖିବେ । ଏହି ଅଧିକାରୀ ଦଲାଲଙ୍କୁ ଚିହ୍ନଟ କରିବା ପରେ ଏକ ସ୍ପେଶାଲ ଟିମ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିବେ । ଦଲାଲ ମାନେ ହସ୍ପିଟାଲ ଭିତରେ ବିଭିନ୍ନ ଅପ୍ରୀତିକର କାର୍ଯ୍ୟକଳାପ କରୁଥିବା ଓ ସାଧାରଣ ରୋଗୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥାନ୍ତି ।

ଏନେଇ ଏକ ନିଷ୍ପତ୍ତି ହୋଇଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି । ହସ୍ପିଟାଲକୁ ସମ୍ପୂର୍ଣ୍ଣ ରୂପେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯିବ । ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିସହ ମେଡ଼ିକାଲର ସୁରକ୍ଷା ସମ୍ପର୍କରେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିବା ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details