ଓଡିଶା

odisha

ETV Bharat / city

ଭକ୍ତ ସାଲବେଗର ସ୍ପେଶାଲ ସ୍କ୍ରିନିଂ, ମନେ ପଡିଲେ ଅନେକ କଳାକାର

‘ଭକ୍ତ ସାଲବେଗ’ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଜୟଦେବ ଭବନରେ ଫିଲ୍ମର ସ୍କ୍ରିନିଂ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 7, 2019, 1:00 PM IST

ଭୁବନେଶ୍ବର: ଓଡିଆ ରଙ୍ଗୀନ ଚଳଚ୍ଚିତ୍ର ଭକ୍ତ ସାଲବେଗ ଆଜି ବି ଅନେକଙ୍କ ମନରେ ସ୍ମୃତି ହୋଇ ରହିଛି । 1983ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ମନେ ପକାଇବା ପାଇଁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସିନେ ସାମ୍ବାଦିକଙ୍କ ଦ୍ବାରା ଏକ ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ’ ପକ୍ଷରୁ ଶୁକ୍ରବାର ରାତିରେ ଜୟଦେବ ଭବନରେ ଆୟୋଜନ କରାଯାଇଥିଲା । ‘ଭକ୍ତ ସାଲବେଗ’ରେ ଅଭିନୟ କରିଥିବା ଅନେକ କଳାକାର ଏବେ ନାହାଁନ୍ତି ସତ କିନ୍ତୁ ଆଜିବି ସେମାନେ ଚିର ସ୍ମରଣୀୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସ୍କ୍ରିନିଂରେ ଅନେକ ଓଲିଉଡ କଳାକାର ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଫିଲ୍ମର ସୁଟିଂ ପାଇଁ 60 ଦିନ ସମୟ ଲାଗିଥିଲା ଓ ବାଳକାଟି, ଜାଆଁଳ ଭଳି ଯାଗାରେ ସୁଟିଂ କରାଯାଇଥିଲା । ଫିଲ୍ମରେ ଥିବା ଘୋଡା ଦୃଶ୍ୟ ପାଇଁ ଓଡିଶା ସରକାରଙ୍କ ତତ୍କାଳିନ କ୍ରୀଡା ଉପନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସାହାଯ୍ୟ କରିଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details