ଭୁବନେଶ୍ବର: ଶୁକ୍ରବାର ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ବିନ ମାସ କୃଷ୍ଣ ପକ୍ଷରେ ଏହି ପର୍ବ ପଡିଥାଏ । ବିଶ୍ବାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ । ହିନ୍ଦୁ ଧାର୍ମିକ ସାମାଜିକ ପରମ୍ପରାରେ ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ ଭାବେ ଏହି ପର୍ବ ବେଶ ଜଣାଶୁଣା । ଏହି ଅବସରରେ ରାଜଧାନୀ ଭୁବନେଶ୍ବରସ୍ଥିତ ବିନ୍ଦୁସାଗରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।
ପବିତ୍ର ମହାଳୟା: ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ପ୍ରବଳ ଭିଡ - ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ପ୍ରବଳ ଭିଡ
ପବିତ୍ର ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ରାଜଧାନୀ ଭୁବନେଶ୍ବରସ୍ଥିତ ବିନ୍ଦୁସାଗରରେ ପ୍ରବଳ ଭିଡ ପରିଲକ୍ଷିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଫଟୋ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର
ପରମ୍ପରା ଅନୁସାରେ ସମସ୍ତ ନିଜ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । କିଏ କଦଳୀ ଚୁଡାରେ ପିଣ୍ଡଦାନ କରୁଛି ତ ଆଉ କିଏ ନିଜର ପୂର୍ବପୁରୁଷଙ୍କ ଇଚ୍ଛା କରୁଥିବା ଜିନିଷ ବ୍ରାହ୍ମଣଙ୍କୁ ଦାନ ଦେଇ ପୁଣ୍ୟ ଅର୍ଜନ କରୁଛି । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ବହୁ ପୁରାତନ ପରମ୍ପରା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ