ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅଷ୍ଟଧାତୁ ଚୋରା ଚାଲାଣ । ଧିରେ ଧିରେ ବଢୁଥିବା ଏହି ଚୋରିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଇତିହାସବିତ ଅନୀଲ ଧୀର । ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନାରେ ଏହି ସୂଚନା ଦେଇଛନ୍ତି ଅନୀଲ । ଏହାସହ ସରକାରଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି ସେ । ସେ କହିଛନ୍ତି,‘ରାଜ୍ୟରେ ଅଷ୍ଟଧାତୁ ଚୋରା ଚାଲାଣରେ ଏକ ବଡ ଗ୍ୟାଙ୍ଗ କାମ କରୁଛି । ଯଦି ଏପରି ଚାଲୁ ରହେ ତେବେ ଓଡିଶାର କୌଣସି ମନ୍ଦିରରେ ଅଷ୍ଟଧାତୁ ଦେଖିବାକୁ ମିଳିବ । ଫଳରେ ଓଡିଶାର ଐତିହ୍ୟ ନଷ୍ଟ ହୋଇଯିବ ’।
ଏହାସହ ସେ ତାମିଲନାଡୁର ଉଦାହରଣ ଦେଇଥିଲେ । ତାମିଲନାଡୁରେ ମଧ୍ୟ ଅଷ୍ଟଧାତୁ ଚାଲାଣ ବଢିବାରେ ଲାଗିଥିଲା । ତେଣୁ କିଛି ବର୍ଷ ହେବ ସେଠାକାର ସରକାର ଏକ ସ୍ବତନ୍ତ୍ର ବିଭାଗ ଗଠନ କରି ଚୋରଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ ମାତ୍ର ବର୍ତ୍ତମାନ ଓଡିଶା ଚୋରା କାରବାରର କେନ୍ଦ୍ରବିନ୍ଦୁ ପାଲିଟିଯାଇଛି । ଅଷ୍ଟଧାତୁ ଗୁଡିକୁ ବିଦେଶକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି । ଓଡିଶା ସରକାର ପାଖରେ ବର୍ତ୍ତମାନ 5 ହଜାରରୁ ଅଧିକ ମାମଲା ପଡି ରହିଛି, ଏମଧ୍ୟରୁ କେବଳ 50ଟି ମାମଲାର ସମଧାନ ହୋଇପାରିଛି ବୋଲି ଅନୀଲ ଧୀର ସୂଚନା ଦେଇଛନ୍ତି ।