ଓଡିଶା

odisha

ଫୋକସରେ କ୍ଷୁଦ୍ର ଶିଳ୍ପର ବିକାଶ: ଝାରସୁଗୁଡାରେ ଲ୍ୟାଣ୍ଡ ବ୍ୟାଙ୍କ କରିବାକୁ ଇଡକୋକୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

By

Published : Oct 6, 2021, 5:40 PM IST

Updated : Oct 6, 2021, 10:53 PM IST

କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଝାରସୁଗୁଡା ଗସ୍ତରେ ଗଲେ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ । ତେବେ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି WODC ଅଧ୍ୟକ୍ଷ । ଅଧିକ ପଢନ୍ତୁ....

ଫୋକସରେ କ୍ଷୁଦ୍ର ଶିଳ୍ପର ବିକାଶ; ଝାରସୁଗୁଡାରେ ଲ୍ୟାଣ୍ଡ ବ୍ୟାଙ୍କ କରିବାକୁ ଇଡକୋକୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ
ଫୋକସରେ କ୍ଷୁଦ୍ର ଶିଳ୍ପର ବିକାଶ; ଝାରସୁଗୁଡାରେ ଲ୍ୟାଣ୍ଡ ବ୍ୟାଙ୍କ କରିବାକୁ ଇଡକୋକୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ଝାରସୁଗୁଡା ଜିଲ୍ଲା ଦିନିକିଆ ଗସ୍ତରେ ଯାଇ ଫେରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ଅସିତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ସେ । ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଛନ୍ତି । ତା ସହିତ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପର ବିକାଶ ଲାଗି ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଇଡକୋକୁ ନିର୍ଦ୍ଦେଶ ଦେଇଛନ୍ତି WODC ଅଧ୍ୟକ୍ଷ ।

ଫୋକସରେ କ୍ଷୁଦ୍ର ଶିଳ୍ପର ବିକାଶ; ଝାରସୁଗୁଡାରେ ଲ୍ୟାଣ୍ଡ ବ୍ୟାଙ୍କ କରିବାକୁ ଇଡକୋକୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ାରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲାରେ ପ୍ରକ୍ରିୟାକରଣ ଶିଳ୍ପର ପର୍ଯ୍ୟାପ୍ତ ସମ୍ଭାବନା ଓ ସୁଯୋଗ ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ନିମନ୍ତେ ସ୍ବତନ୍ତ୍ର ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତୁତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଅଦା, ଲଙ୍କା, ସବୁଜ ପନିପରିବା, ତୈଳବୀଜ, ଲଘୁ ଶସ୍ୟ, ଫଳ ଓ ଫୁଲ ଚାଷ ଆଦି ଉତ୍ପାଦନ ନିମନ୍ତେ ପ୍ରକୃଷ୍ଟ ଜଳବାୟୁ ରହିଛି । ଏଥି ପାଇଁ ନିର୍ଦ୍ଦିଷ୍ଟ କୃଷି ଯୋଜନା ପ୍ରସ୍ତୁତ କରିବା ପାଇଁ ସେ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୃଷିଜାତ ଦ୍ରବ୍ୟର ଅମଳ ପରବର୍ତ୍ତି ଏକତ୍ରିକରଣ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି - ବିପଣନ ଆଦି ଉଦ୍ୟୋଗ ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ପାଇଁ ମଧ୍ୟ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲାର ଶିକ୍ଷିତ ଯୁବବର୍ଗ ଏବଂ ମହିଳାମାନଙ୍କୁ ବିଭିନ୍ନ ପ୍ରକାର କୌଶଳ ବିକାଶ ତାଲିମ ମାଧ୍ୟମରେ ରୋଜଗାରକ୍ଷମ ଓ ସଶକ୍ତ କରିବା ଉପରେ ଅସିତ ଗୁରୁତ୍ବାରୋପ କରିଛନ୍ତି । ଜିଲ୍ଲାରେ ଶିଳ୍ପ ଓ କୃଷି ଉଦ୍ୟୋଗର ବିକାଶ ଜିଲ୍ଲାପାଳଙ୍କ ନେତୃତ୍ବରେ ସମ୍ଭବ ହେବ ବୋଲି ସେ କହିଛନ୍ତି ।

ସମୀକ୍ଷା ବୈଠକ ପରେ ସେ ଭାସ୍କର ଟେକ୍ସଟାଇଲ ମିଲ ପରିସର ସରକାରୀ ଜମି, ବାଞ୍ଝିବୋରାସ୍ଥିତ ବୃହତ ଉଠା ଜଳସେଚନ ପ୍ରକଳ୍ପ, ଏଚ. କଟାପାଲିରେ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ, ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଜି.ଏଲ ହାଇସ୍କୁଲ ରୂପାନ୍ତରିକରଣ ପ୍ରକଳ୍ପ, ବଞ୍ଜାରୀ ଗ୍ରାମ ପଞ୍ଚାୟତରେ ଫଳ ଏବଂ ଫୁଲ ଚାଷ ଫାର୍ମ, ବେଲପାହାଡ଼ ସ୍ଥିତ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଆଦି ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।

ସେପଟେ ବିଟିଏମ୍ ପରିସର ମଧ୍ୟରେ ଥିବା ସରକାରୀ ଜମିର ବିନିଯୋଗ ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଉପ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ସମେତ କୃଷି, ଶିଳ୍ପ, ଶିକ୍ଷା ଓ କୌଶଳ ବିକାଶ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ସୂଚନା ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 6, 2021, 10:53 PM IST

ABOUT THE AUTHOR

...view details