ଓଡିଶା

odisha

ETV Bharat / city

କୋଭିଡ କଟକଣା ନେଇ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ - covid -19 guideline in puri

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କରୋନା ଗାଇଡ଼ ଲାଇନ କଡ଼ାକଡ଼ି ପାଳନ କରିବା ନେଇ ଆକ୍ସନ ମୋଡ଼ରେ ପୁରୀ ପୋଲିସ । ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ । ଅଧିକ ପଢନ୍ତୁ...

କୋଭିଡ କଟକଣା ନେଇ ପୁରୀ ପୋଲିସର ସ୍ପେସାଲ ଡ୍ରାଇଭ
କୋଭିଡ କଟକଣା ନେଇ ପୁରୀ ପୋଲିସର ସ୍ପେସାଲ ଡ୍ରାଇଭକୋଭିଡ କଟକଣା ନେଇ ପୁରୀ ପୋଲିସର ସ୍ପେସାଲ ଡ୍ରାଇଭ

By

Published : Apr 7, 2021, 5:31 PM IST

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋଭିଡ ଗାଇଡ଼ ଲାଇନ କଡ଼ାକଡ଼ି ପାଳନ କରିବା ନେଇ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କୋଭିଡ଼ ଗାଇଡ଼ଲାଇନକୁ କିଭଳି ସଠିକ୍ ଭାବେ ପାଳନ କରିବେ ତାହାର ସମୀକ୍ଷା କରିଛନ୍ତି ପୁରୀ ଏସପି କେ ବିଶାଳ ସିଂ।

କୋଭିଡ କଟକଣା ନେଇ ପୁରୀ ପୋଲିସର ସ୍ପେସାଲ ଡ୍ରାଇଭ

ଶ୍ରୀମନ୍ଦିର ଜୋତାଷ୍ଟାଣ୍ତ ଠାରୁ ଆରମ୍ଭ କରି ବ୍ୟାରିକେଡ଼ ଓ ଶ୍ରୀମନ୍ଦିର ଭିତରେ କିଭଳି ସାମାଜିକ ଦୂରତା ସମେତ ଭକ୍ତମାନେ ମାସ୍କ ପରିଧାନ କରିବେ ଏବଂ ହାତ ସାନିଟାଇଜ କରିବେ ସେନେଇ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏସପି ପରାମର୍ଶ ଦେଇଥିଲେ। ତେବେ କରୋନାର ଦ୍ବିତୀୟ ଲହର ଯୋଗୁଁ ବିପଦ ମାଡ଼ି ଆସୁଥିବାବେଳେ ଭକ୍ତମାନେ କୋଭିଡ଼ ଗାଇଡ଼ ଲାଇନକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ଏସପି । ଗାଇଡ ଲାଇନ ଖିଲାପ ହେଲେ ବାଧ୍ୟ ହୋଇ ପୋଲିସ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ କୋରୋନା ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରତି ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯାଉଛି । ତେବେ ସପ୍ତାହକୁ 2 ଥର ଶ୍ରୀମନ୍ଦିର ସାନିଟାଇଜ କରାଯିବ ବୋଲି ଗତ ଜିଲ୍ଲାପାଳ କହିଛନ୍ତି। ପୁରୀ ବେଳାଭୂମିରେ ଅଧିକାଂଶ ପର୍ଯ୍ୟଟକ ମାସ୍କ ପିନ୍ଧୁନଥିବାବେଳେ ଆଗାମୀ ଦିନରେ କରୋନା ସଂକ୍ରମଣ ଦିଗରେ ଏହା ଘାତକ ହେବାର ଆଶଙ୍କା ରହିଛି। ତେବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ଼ ଓ କେରଳରୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା କୋଭିଡ଼ ଟିକାକରଣ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରିଛି ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିକୁ ହଜାର ହଜାର ଭକ୍ତ ଆସୁଥିବା ହେତୁ ଶ୍ରୀମନ୍ଦିର ନିକଟରେ ଲୋକଙ୍କୁ କୋଭିଡ ଗାଇଡ଼ ଲାଇନ ମାନିବାକୁ ପୋଲିସ ସଚେତନ ମଧ୍ୟ କରୁଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details