ଭୁବନେଶ୍ବର: ବୁଧବାର ନୂଆବର୍ଷ ଆରମ୍ଭ ହେବାକୁ ଥିବାରୁ ଜନତାଙ୍କ ଠୁ ଆରମ୍ଭ କରି ନେତା ସମସ୍ତେ କିଛି କିଛି କରିବାକୁ ଲକ୍ଷ୍ୟ ରଖିଥାନ୍ତି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ସମ୍ବିଧାନର ନୀତି ନିୟମକୁ ମାନି, ସୁରକ୍ଷା ଦେଇ କର୍ତ୍ତବ୍ୟ କରିବେ ବୋଲି କହିଛନ୍ତି । ଯାହା ତାଙ୍କର ମୁଖ୍ୟ ରିଜୋଲୁସନ ରହିବ ବୋଲି ସେ ଦର୍ଶାଇଛନ୍ତି ।
ସେହିପରି ବିଧାନସଭାରେ ଦଳଗତ ନିର୍ବିଶେଷରେ ବିଧାୟକଙ୍କ ଅଞ୍ଚଳର ସମସ୍ୟାକୁ ପ୍ରାଧାନ୍ୟ ଦେଇ ଶୃଙ୍ଖଳିତ ପରିଚାଳନା କରିବା ତଥା ପବିତ୍ର ଗୃହ ଭିତରେ ଆସୁଥିବା ବିଧେୟକରେ ନିରପେକ୍ଷ ଏବଂ ସ୍ବଚ୍ଛତା ରକ୍ଷା କରି ଆଗକୁ ବଢାଇବା ନୂଆବର୍ଷରେ ମୁଖ୍ୟ କର୍ତ୍ତବ୍ୟ ରହିବ ବୋଲି ସେ କହିଛନ୍ତି।