ଓଡିଶା

odisha

By

Published : Mar 31, 2022, 1:45 PM IST

Updated : Mar 31, 2022, 2:11 PM IST

ETV Bharat / city

ଏପ୍ରିଲ ୧୫ରେ ଚିିିଲିକା ବୁଲି ଯିବେ ବାଚସ୍ପତିଙ୍କ ସମେତ ମନ୍ତ୍ରୀ ବିଧାୟକ

ଚିଲିକା ଭ୍ରମଣରେ ଯିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ । ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ଏପ୍ରିଲ ୧୫ରେ ଚିିିଲିକା ବୁଲି ଯିବେ ବାଚସ୍ପତିଙ୍କ ସମେତ ମନ୍ତ୍ରୀ ବିଧାୟକ
ଏପ୍ରିଲ ୧୫ରେ ଚିିିଲିକା ବୁଲି ଯିବେ ବାଚସ୍ପତିଙ୍କ ସମେତ ମନ୍ତ୍ରୀ ବିଧାୟକ

ଭୁବନେଶ୍ବର: ଚିଲିକା ଭ୍ରମଣରେ ଯିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ । ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏପ୍ରିଲ 15 ତାରିଖରେ ସମସ୍ତେ ଚିଲିକା ବୁଲିବାକୁ ଯିବେ । 6 ତାରିଖ ସୁଦ୍ଧା ଇଚ୍ଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ ହୋଇଛି । ବିଧାନସଭାରେ ବାଚସ୍ପତି ଘୋଷଣା କରିଛନ୍ତି ।

ଆଜି ଶେଷ ହେଉଛି ବିଧାନସଭା ବଜେଟ ଅଧିବେଶନ । ଗତ 25 ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । 25 ରୁ 31 ପର୍ଯ୍ୟନ୍ତ ଚାଲିଥିଲା ଅଧିବେଶନ । ଆଜି ଅନ୍ତିମ ଦିନ । ଗୃହ କାର୍ଯ୍ୟ ପରେ ଆସନ୍ତା ଏପ୍ରିଲ 15 ତାରିଖରେ ସମସ୍ତେ ଚିଲିକା ବୁଲିବାକୁ ଯିବାକୁ ଯୋଜନା ହୋଇଛି । ଆଇଏନଏସ ଚିଲିକା ଓ କାଳିଜାଈ ପୀଠ ବୁଲିବେ । ଆଇଏନଏସ ଚିଲିକାରେ କିପରି ଯୁଦ୍ଧ ଅଭ୍ୟାସ ହେଉଛି ତାହା ଦେଖିବେ । 6 ତାରିଖ ସୁଦ୍ଧା ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ ହୋଇଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 31, 2022, 2:11 PM IST

ABOUT THE AUTHOR

...view details