ଓଡିଶା

odisha

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ, 13 ଜିଲ୍ଲାରେ କମ ବର୍ଷା ରେକର୍ଡ

By

Published : Aug 13, 2020, 4:15 PM IST

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ସକ୍ରିୟ ରହିଛି । ଚଳିତ ବର୍ଷ ଜୁନ 1ରୁ ଅଗଷ୍ଟ 13 ମଧ୍ୟରେ ଓଡ଼ିଶାରେ ୬୦୯.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୭୧୧.୧ ମିମି ଠାରୁ ୧୪ ପ୍ରତିଶତ କମ । ଅଧିକ ପଢନ୍ତୁ...

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ, 13 ଜିଲ୍ଲାରେ କମ ବର୍ଷା ରେକର୍ଡ
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ, 13 ଜିଲ୍ଲାରେ କମ ବର୍ଷା ରେକର୍ଡ

ଭୁବନେଶ୍ବର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ସକ୍ରିୟ ରହିଛି । ଚଳିତ ବର୍ଷ ଜୁନ 1ରୁ ଅଗଷ୍ଟ 13 ମଧ୍ୟରେ ଓଡ଼ିଶାରେ ୬୦୯.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୭୧୧.୧ ମିମି ଠାରୁ ୧୪ ପ୍ରତିଶତ କମ ।

ସେହିପରି ସମାନ ସମୟରେ ଜୁନ 1ରୁ ଅଗଷ୍ଟ 13 ମଧ୍ୟରେ ଓଡ଼ିଶାର ୧୩ ଗୋଟି ଜିଲ୍ଲା ଯାଜପୁରରେ (-୪୧ ପ୍ରତିଶତ), ଖୋର୍ଦ୍ଧାରେ (-୩୬ ପ୍ରତିଶତ), ବାଲେଶ୍ବରରେ (-୩୩ ପ୍ରତିଶତ), ସୋନପୁରରେ (-30 ପ୍ରତିଶତ), ପୁରୀରେ (-୩୦ ପ୍ରତିଶତ), କଟକରେ (-୨୮ ପ୍ରତିଶତ), ଜଗତସିଂହପୁରରେ (-୨୭ ପ୍ରତିଶତ), ମୟୂରଭଞ୍ଜରେ (-୨୬ ପ୍ରତିଶତ), କେନ୍ଦ୍ରାପଡାରେ(-୨୫ ପ୍ରତିଶତ), ବଲାଙ୍ଗୀରରେ(-୨୪ ପ୍ରତିଶତ), ନବରଙ୍ଗପୁରରେ(-୨୩ ପ୍ରତିଶତ) ଏବଂ ନୟାଗଡରେ(-୨୨ ପ୍ରତିଶତ) ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ କମ ବର୍ଷା ।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ, 13 ଜିଲ୍ଲାରେ କମ ବର୍ଷା ରେକର୍ଡ

ଓଡ଼ିଶାର ଅବଶିଷ୍ଟ ୧୮ଟି ଜିଲ୍ଲାରେ ସମାନ ସମୟ ମଧ୍ୟରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଜୁନ 1 ରୁ ଅଗଷ୍ଟ ୧୩, ୨୦୨୦ ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ୪୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details