ଭୁବନେଶ୍ବର: ସାରା ଓଡିଶାକୁ ଛୁଇଁଲା ମୌସୁମୀ ବାୟୁ । ଓଡିଶାରେ ଯେଉଁ ନିଅଣ୍ଟିଆ ବର୍ଷା ଥିଲା ଏବେ କିଛି ଜିଲ୍ଲାରେ ବର୍ଷା ସ୍ବାଭାବିକ ହୋଇଛି । ଏବେ ଯୋଉ ବର୍ଷା ରହୁଛି ଆସନ୍ତା ୪ ରୁ ୫ ଦିନ ଯାଏଁ ଲାଗିରହିବ । ଏହା ସହ ନିଅଣ୍ଟିଆ ବର୍ଷା ଭରଣ କିଛି ମାତ୍ରାରେ ହେବ ବୋଲି ଅନୁମାନ କରାଯାଉଛି । ଗତ ୧୬ ତାରିଖ ୩ଟି ଜିଲ୍ଲାକୁ ସଂପୂର୍ଣ୍ଣ ମୌସୁମୀ ଛୁଇଁଥିଲା । ନୂଆପଡା, କଳାହାଣ୍ଡି ଏବଂ ରାୟଗଡ଼ା ଏହି ୩ ଜିଲ୍ଲାକୁ ଆଂଶିକ ଛୁଇଁଥିଲା ।
Weather Update: ସାରା ଓଡିଶାକୁ ଛୁଇଁଲା ମୌସୁମୀ - ଓଡିଶା ପାଣିପାଗ ଖବର
ବର୍ତ୍ତମାନ ଉତ୍ତର ଓଡିଶାର ବାକି ସବୁ ଜିଲ୍ଲା, ଉପକୂଳ ଓଡିଶାକୁ ମୌସୁମୀ ଅଗ୍ରସର ହୋଇଛି । ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ନୂଆପଡା,ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ
Weather Update
ସାରା ଓଡିଶାକୁ ଛୁଇଁଲା ମୌସୁମୀ
ବର୍ତ୍ତମାନ ଉତ୍ତର ଓଡିଶାର ବାକି ସବୁ ଜିଲ୍ଲା, ଉପକୂଳ ଓଡିଶାକୁ ମୌସୁମୀ ଅଗ୍ରସର ହୋଇଛି । ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ନୂଆପଡା,ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ଆକାଶ ମେଘାଛନ୍ନ ରହିବା ସହ କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।
ଇଟିଭି ଭାରତ, ଭୁବନେଶ୍ବର