ଓଡିଶା

odisha

ETV Bharat / city

ବାତ୍ୟା ନିଭାର: ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା - odisha weather

ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ମଧ୍ୟରେ ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା
ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା

By

Published : Nov 26, 2020, 7:12 PM IST

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ମଧ୍ୟରେ ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ନବରଙ୍ଗପୁର ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା

ପୁଡୁଚେରୀ ନିକଟରେ ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହୋଇଯାଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ୧୫ ଡିଗ୍ରୀ ତଳକୁ ୯ଟି ସହର ରହିଛି । ଦାରିଙ୍ଗିବାଡିରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ସୋନପୁରରେ ୧୨.୬, ଅନୁଗୁଳ୧୪.୦, ଫୁଲବାଣୀ ୧୪.୦, ତାଳଚେର ୧୪.୩, ଝାରସୁଗୁଡା ୧୪.୪, ବଲାଙ୍ଗୀର ୧୪.୫, ବାରିପଦା ୧୪.୫ ଡିଗ୍ରୀ ସେଲିସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏପଟେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details