ଓଡିଶା

odisha

ETV Bharat / city

'ରାଜଧାନୀରେ ଖୁବଶୀଘ୍ର ଶାନ୍ତି ଓ ଆଇନ ଶୃଙ୍ଖଳା ଫେରିବ'

ଗତ କିଛି ମାସ ଧରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରୁଥିଲା ଲୁଟେରା ଗ୍ୟାଙ୍ଗ । ମୁଖ୍ୟ ଦୁର୍ଦ୍ଦାନ୍ତ 5 ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ। ତେବେ ଖୁବଶୀଘ୍ର ଶାନ୍ତି ଓ ଆଇନ ଶୃଙ୍ଖଳା ଫେରିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 7, 2019, 5:51 PM IST

ଭୁବନେଶ୍ବର: କିଛି ମାସ ହେଲା ସହରରେ ଚୋରି ଡକାୟତି ଭଳି ବିଭିନ୍ନ ଅପରାଧିକ ଘଟଣା ଦେଖିବାକୁ ମିଳିଛି। ଏହାର ପଛରେ ଏକ ଗ୍ୟାଙ୍ଗ ରହିଥିବା ଅନୁମାନ କରାଯାଉଛି। ଏହି ଗ୍ୟାଙ୍ଗର 5 ଜଣ ସଦସ୍ୟକୁ ଏନକାଉଣ୍ଟର କରିଛି ପୋଲିସ। ହେଲେ ଅନ୍ୟ ସଦସ୍ୟ କୁ ମଧ୍ୟ ଖୋଜୁଛି ପୋଲିସ। ଖୁବଶୀଘ୍ର ଏମାନଙ୍କୁ ଗିରଫ କରାଯିବ ସହ ସହରରେ ଶାନ୍ତି ଆଇନ ଶୃଙ୍ଖଳା ଫେରି ପାରିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଗତ କିଛି ମାସ ଧରି ରାଜଧାନୀ ରେ କୋକୁଆ ଭୟ ସୃଷ୍ଟି କରୁଥିଲା ଲୁଟେରା ଗ୍ୟାଙ୍ଗ । ଏକ ଆନ୍ତରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିଲେ ଏହି ଗ୍ୟାଙ୍ଗର ସଦସ୍ୟ । ପୋଲିସ ଆଖିରେ ମୋଷ୍ଟ ୱାଣ୍ଟେଡ ରବିକୁ ଧରିବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ । ଦୀର୍ଘ 48 ଘଣ୍ଟା ଭିତରେ 5 ଜଣ ଅପରାଧିଙ୍କୁ ଏନକାଉଣ୍ଟର କରି ରାଜଧାନୀକୁ ପୁନର୍ବାର ଶାନ୍ତି ଓ ଆଇନ ଶୃଙ୍ଖଳା ରକ୍ଷା କରାଯାଇପାରିବ । 5 ମାସ ପୂର୍ବରୁ ଏହି ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଅପରାଧ ଘଟାଉଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନଙ୍କର ଘର ରହିବା ବେଳେ ରାଜଧାନୀରେ ଏକ ଗ୍ୟାଙ୍ଗ ସକ୍ରିୟ ଥିଲେ । ସେମାନେ ଅପରାଧ ଘଟାଇ ରଜ୍ୟ ବାହାରକୁ ଫେରାର ହୋଇ ଯାଉଥିଲେ ।

ଏହି ଗ୍ୟାଙ୍ଗ ରାଜଧାନୀରେ ଭୟର ବାତାବରଣ ରଚୁଥିବା ବେଳେ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ। ଲୋକମାନଙ୍କ ଭିତରେ ପୋଲିସ ଉପରେ ରହିଥିବା ଭରସା ଓ ବିଶ୍ବାସ ଅଧିକ ଆଣି ଦେଇଛି। ଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମଧ୍ୟ ଏହା ଏକ ବଡ ସଫଳତା ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details