ଓଡିଶା

odisha

ETV Bharat / city

ସାହା ଖୋଜୁଛି ଅସହାୟ ମା’; ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧା - ତିନି ପୁଅ

ଘରୁ ମାଆକୁ ତଡି ଦେଇଛନ୍ତି ତିନି ପୁଅ । ଶେଷରେ ନ୍ୟାୟ ପାଇଁ ମାନବାଧିକାର କମିଶନ ନିକଟରେ ଗୁହାରି କରିଛନ୍ତି ବୃଦ୍ଧା ଜଣକ । ବୟସର ଶେଷ ଅବସ୍ଥାରେ ସମସ୍ତେ ଥାଇ ବି କେହି ନାହାଁନ୍ତି । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଜଧାନୀରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Sep 10, 2019, 9:07 PM IST

ଭୁବନେଶ୍ବର: ସମ୍ପତ୍ତି ଲୋଭରେ ମାଆକୁ ପର କଲା ପୁଅ । ତିନି ତିନୋଟି ପୁଅ ହେଲେ ମାଆକୁ ରଖିବାକୁ କେହି ରାଜି ନୁହେଁ । ଏହା ପଛର କାରଣ ଜମିବାଡି ଆଉ ସମ୍ପତ୍ତି । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଜଧାନୀରେ । ଘରୁ ମାଆକୁ ତଡି ଦେଇଛନ୍ତି ତିନି ପୁଅ । ଶେଷରେ ନ୍ୟାୟ ପାଇଁ ମାନବାଧିକାର କମିଶନ ନିକଟରେ ଗୁହାରି କରିଛନ୍ତି ବୃଦ୍ଧା ଜଣକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବୟସର ଶେଷ ଅବସ୍ଥାରେ ସମସ୍ତେ ଥାଇ ବି କେହି ନାହାଁନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କର 3 ପୁଅ ଓ ଝିଅ ଥାଇ ବି ଅନାହାରରେ ରହୁଛନ୍ତି । ତିନି ପୁଅଙ୍କ ସରକାରୀ ଚାକିରୀ ଥାଇ ମଧ୍ୟ ବୁଢ଼ୀ ମାଆକୁ ପଚାରୁନାହାଁନ୍ତି । ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି ତିନି ପୁଅ।

ବୃଦ୍ଧା ଜଣକ ହେଲେ ନିୟାଶା ବେହେରା, ବୟସ 70 । ଘର କଟକ ଜିଲ୍ଲାର ବଡମ୍ବା ବଡ଼ବାରସିଂହ ଗ୍ରାମରେ। ସ୍ବାମୀଙ୍କ ମୃତ୍ୟୁ ପରେ ନିୟାଶା କେତେବେଳେ ଝିଅ ଘରେ ତା ଆଉ କେତେବେଳେ ଗାଁ ଗଣ୍ଡାର ଆଉ କାହା ଘରେ ଦିନ କାଟୁଛନ୍ତି । ସମ୍ପତ୍ତି ଲୋଭରେ ତିନି ପୁଅ ମନେ ବାପାଙ୍କ ଦଶାହ କାର୍ଯ୍ୟ କରିଲେ ନାହିଁ । ବୃଦ୍ଧାଙ୍କ କହିବା କଥା ହେଲା, ଦୀର୍ଘ ଦିନ ହେଲା ତିନି ପୁଅ ପଚାରୁନାହାଁନ୍ତି । ସମସ୍ତେ ଚାକିରି କରିଛନ୍ତି ହେଲେ ବୁଢୀ ମାଆକୁ ଅଣଦେଖା କରୁଛନ୍ତି ।

ନିଜର ଭରଣ ପୋଷଣ ଓ ସୁରକ୍ଷା ପାଇଁ ଗ୍ରାମସଭା ଠାରୁ ପଞ୍ଚାୟତ, ସ୍ଥାନୀୟ ଭଦ୍ରଲୋକ, ଥାନା ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶେଷରେ ଅନେକ ଆଶା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ନିୟାଶା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details