ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରିଣ ବିଭାଗ ପକ୍ଷରୁ ରାଜ୍ୟ ସରକାର ‘5ଟି’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସମସ୍ତ 30 ଗୋଟି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ସାମାଜିକ ସୁରକ୍ଷା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ 10 ଗୋଟି ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ କରାଯାଉଥବା ବେଳେ ରାଜ୍ୟ ବଜେଟ ରୁ 9 ଗୋଟି ଜିଲ୍ଲା ଯଥା, ଖୋଦ୍ଧା, କଟକ, ପୁରୀ, କନ୍ଧମାଳ, ସମ୍ବଲପୁର, ଭଦ୍ରକ, ମାଲକାନଗିରି, ଗଞ୍ଜାମ ଏବଂ ନବରଙ୍ଗପୁର ତଥା ବିଲ୍ଲା ଖଣିଜ ଫାଉଣ୍ଡେସନ (DMF) ଅର୍ଥରେ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟୟବରାଦ କରାଯାଇଛି ।
ସେହିପରି 5 ଗୋଟି DMF ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ 12 ଗୋଟି ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ 2022 -23 ଆର୍ଥିକ ବର୍ଷ ଠାରୁ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ ଗୁଡିକୁ ଉତ୍କର୍ସ କେନ୍ଦ୍ର ଭାବରେ ବିକଶିତ କରାଯିବ ।