ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ରଙ୍ଗ ଅବିରରେ ରଙ୍ଗୀନ ହୋଇପଡିଛି ସମଗ୍ର ରାଜ୍ୟ । କିଏ ଅବିର ବୋଳୁଛି ତ ପୁଣି କିଏ ମିଠା ଖୁଆଇ ଭାଇଚାରାର ପର୍ବ ହୋଲି ପାଳୁଛି । ଶାନ୍ତି, ସଦଭାବନାର ସମିଶ୍ରଣପର୍ବ ହୋଲିକୁ ଟିକେ ନିଆରା ଢଙ୍ଗରେ ପାଳନ କରିଥିଲେ ସ୍ମାର୍ଟ ସିଟିର ଯୁବପିଢି । ଯେଉଁମାନେ ଦୁନିଆକୁ ଦେଖିପାରନ୍ତି ନାହିଁ ସେମାନଙ୍କ ଓଠରେ ହସ ଫୁଟାଇବାକୁ ଚେଷ୍ଟା କରିଥିଲେ ରାଜଧାନୀର କିଛି ଯୁବ ସଙ୍ଗଠନ ପିପୁଲ୍ସ ଫର ସେବା।
ଦିବ୍ୟାଙ୍ଗଙ୍କ ସହ ହୋଲି ଖେଳିଲେ ‘ପିପୁଲ୍ସ ଫର ସେବା’ - ଦିବ୍ୟାଙ୍ଗ
ଶାନ୍ତି, ସଦଭାବନାର ସମିଶ୍ରଣ ପର୍ବ ହୋଲିକୁ ଟିକେ ନିଆରା ଢଙ୍ଗରେ ପାଳନ କରିଥିଲେ ସ୍ମାର୍ଟ ସିଟିର ଯୁବପିଢି । ଯେଉଁମାନେ ଦୁନିଆକୁ ଦେଖିପାରନ୍ତି ନାହିଁ ସେମାନଙ୍କ ଓଠରେ ହସ ଫୁଟାଇବାକୁ ନିଆରା ଚେଷ୍ଟା କରିଥିଲେ ।
ରଙ୍ଗର ପର୍ବ ହୋଲିରେ ନିଜକୁ ରଙ୍ଗରେ ରଙ୍ଗେଇ ଉତ୍ସବ ମୁଖର ହୋଇଉଠିଥିଲା ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । କିନ୍ତୁ ସମାଜରେ ଏପରି ଅନେକ ପିଲା ଅଛନ୍ତିଯେଉଁମାନେ ରଙ୍ଗକୁ ଦେଖି ପାରନ୍ତି ନାହିଁ । ହୋଲି ଖେଳ କଥା ଶୁଣି ଖୁସି ହୋଇ ଯାଆନ୍ତି ସେମାନେ । କିନ୍ତୁ ଆଜି ସେମାନଙ୍କ ଓଠରେ ହସ ଫୁଟାଇବାକୁ ଆଗକୁ ଆସିଥିଲେ କିଛି ଯୁବପିଢି । ନିଜ ପକେଟ୍ ମନିରୁ ଦିବ୍ୟାଙ୍ଗ ପିଲାମାନଙ୍କ ରଙ୍ଗ ଅବିର, ମିଠା ଚକୋଲେଟ କିଣି ଥିଲେ । ସେମାନଙ୍କ ଠାରୁ ଏହି ସବୁ ପାଇ ବେଶ୍ ଖୁସି ଜାହିର କରିଛନ୍ତି ଦିବ୍ୟାଙ୍ଗ ପିଲାମାନେ । ଆଜି କାଲି ନୁହେଁ ଦୀର୍ଘ 4 ବର୍ଷ ହେଲେଣି ପିଲାଙ୍କ ଓଠରେ ହସ ଫୁଟାଇବା ପାଇଁ ଏପରି ପ୍ରୟାସ ଜାରି ରଖିଛନ୍ତି ଯୁବପିଢି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ