ଓଡିଶା

odisha

ETV Bharat / city

ପ୍ଲାଷ୍ଟିକ ବ୍ୟାନକୁ ନେଇ ପୂର୍ବ ପ୍ରସ୍ତୁତି, ତିଆରି ହେଲାଣି କପଡା ବ୍ୟାଗ - ବସ୍ତି ମହିଳାଙ୍କ ଅଭିନବ ପ୍ରୟାସ

ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡିଲା ଭୁବନେଶ୍ବରସ୍ଥିତ 'ଚେଷ୍ଟା' ଫାଉଣ୍ଡେସନ । ପ୍ଲାଷ୍ଟିକ ବ୍ୟାନକୁ ନଜରରେ ରଖି ଆରମ୍ଭ କରିଛି ପୂର୍ବ ପ୍ରସ୍ତୁତି । ଶିଖରଚଣ୍ଡି ବସ୍ତି ମହିଳାଙ୍କୁ ନେଇ ଆରମ୍ଭ କରିଛି କପଡା ବ୍ୟାଗର ପ୍ରସ୍ତୁତି । ଯେଉଁଥିରେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି ଏହି ମହିଳାମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 24, 2019, 3:11 PM IST

Updated : Sep 25, 2019, 10:56 AM IST

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ କପଡା ବ୍ୟାଗ । ସ୍ବଚ୍ଛତା ଲାଗି ଶିଖରଚଣ୍ଡି ବସ୍ତି ମହିଳାଙ୍କ ଚଳାଇଛନ୍ତି ପ୍ରୟାସ । 'ଚେଷ୍ଟା' ଫାଉଣ୍ଡେସନର ସହାୟତାରେ ତିଆରି କରୁଛନ୍ତି କପଡା ବ୍ୟାଗ । ଅକ୍ଟୋବର 2ରେ ବ୍ୟାନ ପ୍ଲାଷ୍ଟିକ ବ୍ୟାନ ହେବାକୁ ଯାଉଥିବାବେଳେ, ଏହାକୁ ନଜରରେ ରଖି ହାତ ତିଆରି ବ୍ୟାଗ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର

ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟରେ ମଙ୍ଗ ଧରିଛନ୍ତି ଏହି ବସ୍ତିର 40 ମହିଳା । ସେନେଇ ତିଆରି କରୁଛନ୍ତି ଭଳିକି ଭଳି କପଡା ବ୍ୟାଗ । ଭ୍ୟାନିଟି ସହ ଜିନିଷ ପତ୍ର ନେବା ଆଣିବାର ବ୍ୟାଗକୁ ତିଆରି କରୁଛନ୍ତି । ପିଲାଙ୍କ ଟିଫିନ ବ୍ୟାଗ ସହ ଥାକ ଥାକର ପରିବା ବ୍ୟାଗ । ରୋଜଗାରକୁ ରୋଜଗାର, ଏମାନେ ସ୍ବଚ୍ଛତାର ବି ଦେଉଛନ୍ତି ବାର୍ତ୍ତା । ଆଉ ସବୁଠୁ ବଡ କଥା ହେଲା ଏଗୁଡିକ ଅଦରକାରୀ କପଡାରୁ ତିଆରି କରାଯାଉଛି ।

ଗୋଟିଏ ବ୍ୟାଗ ପିଛା ଦାମ ରହିଛି 10 ଟଙ୍କା । ଏହାକୁ ତିଆରି କରି ମହିଳା ନିଜକୁ ସ୍ବାବଲମ୍ବୀ କରିବାରେ ସଫଳ ହେବା ସହ ସ୍ବଚ୍ଛତା ଦିଗରେ ପାଦେ ଆଗେଇଛନ୍ତି । ସତରେ ଚେଷ୍ଟା ଫାଉଣ୍ଡେସନର ଏଭଳି ପ୍ରଚେଷ୍ଟା ସ୍ବାଗତ ଯୋଗ୍ୟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Sep 25, 2019, 10:56 AM IST

ABOUT THE AUTHOR

...view details