ଓଡିଶା

odisha

ETV Bharat / city

ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର - ରମାଦେବୀ ବିଶ୍ୱବିଦ୍ୟାଳୟ

ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର । 90ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ ହୋଇଛି । ଆଜି(ସୋମବାର) ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏହାର ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

By

Published : Jul 22, 2019, 7:58 PM IST

Updated : Jul 23, 2019, 3:01 PM IST

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର । 7ଟି ବିଭାଗରେ ପାଖାପାଖି 4ଶହରୁ ଊର୍ଦ୍ଧ୍ବ ପିଲା ପାଇବେ ତାଲିମ । ପାଠ ପଢା ସହିତ ନିଜର ଦକ୍ଷତା ବୃଦ୍ଧିରେ ଏହି କେନ୍ଦ୍ର ସହାୟକ ହେବ । ଏନେଇ ଖର୍ଚ୍ଚ ହୋଇଛି 90ଲକ୍ଷ ଟଙ୍କା । ଉଚ୍ଚଶିକ୍ଷା ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

ଏହି ଅବସରରେ ଶ୍ରୀ ସାହୁ ଆଜିକାର ପ୍ରତିଦ୍ବନ୍ଦିତାପୂର୍ଣ ସମାଜରେ କେବଳ ପାଠ ନୁହେଁ ବିଭିନ୍ନ ଦିଗରେ ନିଜର ଦକ୍ଷତାକୁ ବିକଶିତ କରିବାକୁ ପଡିବ ବୋଲି କହିଛନ୍ତି । ସଫଳତା ପାଇଁ ପିଲାମାନେ ମନ ଧ୍ୟାନ ସହକାରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଯଦି ଏହାକୁ ଛାତ୍ରଛାତ୍ରୀମାନେ ନ ମାନିବେ, ହାତରେ କେବଳ ସାର୍ଟିଫିକେଟ ଥିବ କିନ୍ତୁ ଦକ୍ଷତା ଅଭାବରୁ ଚାକିରି ପାଇବାରେ ଅସମର୍ଥ ହେବାକୁ ପଡିବ ବୋଲି ସେ କହିଛନ୍ତି ।
ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ସଭାପତି ମୁକ୍ତିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 23, 2019, 3:01 PM IST

ABOUT THE AUTHOR

...view details