ଓଡିଶା

odisha

ETV Bharat / city

ପୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ ଦୂରେଇଲେ ନବୀନ

ପୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଦୁର୍ନୀତି ଅଭିଯୋଗରେ 6 ଜଣ ଅଧିକାରୀଙ୍କୁ ବରଖାସ୍ତ କରିବା ସହ 4ଜଣଙ୍କ ପେନସନ ବନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

By

Published : Aug 31, 2019, 6:45 PM IST

ଫାଇଲ ଫଟୋ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତାଙ୍କର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ଆଜି 6ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହିତ 4ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହିସବୁ ଅଧିକାରୀ ଭିଜିଲାନ୍ସ କୋର୍ଟ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଫଟୋ ସୌଜନ୍ଯ: ବ୍ୟୁରୋ ଚିଫ୍,ଭୁବନେଶ୍ବର

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ବାଣିଜ୍ୟ ଓ ପରିବହନ ବିଭାଗ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଆଁରମୁଣ୍ଡା ତହସିଲର ଜୁନିଅର କିରାଣୀ ସଂଜିତ କୁମାର ରାୟ । ସେ ପୂର୍ବରୁ ରାଉଲକେଲା ଆରଟିଓ ଅଫିସର ଜୁନିୟର କ୍ଲର୍କ ଥିଲେ । ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ପ୍ରାଣୀସମ୍ପଦ ଡାକ୍ତର ଭାଗିରଥୀ ବଶ୍ବାଳ । ପଞ୍ଚାୟତିରାଜ ବିଭାଗର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର । ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଧିନସ୍ଥ କୁତ୍ରା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ ଏବଂ ବଣାଇଗଡ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ ।

ଫଟୋ ସୌଜନ୍ଯ: ବ୍ୟୁରୋ ଚିଫ୍,ଭୁବନେଶ୍ବର

ସେହିପରି ପେନସନ ବନ୍ଦ ହୋଇଥିବା ଅଧିକାରୀ ମାନେ ହେଲେ ଜଳସଂପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ରବିନାରାୟଣ ମହାନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ 15ଜଣଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ଦୁଇଜଣଙ୍କ ପେନସନ ବନ୍ଦ କରିଥିଲେ ।

ଭୁବନେଶ୍ବରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details