ଓଡିଶା

odisha

ETV Bharat / city

ଏମଏସଏମଇ ବାଣିଜ୍ୟ ମେଳାକୁ ଵଏକଟ କଲା 6ଟି ଉଦ୍ୟୋଗୀ ସଙ୍ଗଠନ

ଏମଏସଏମଇ ବାଣିଜ୍ୟ ମେଳାକୁ ବଏକଟ କଲେ 6 ଉଦ୍ୟୋଗୀ ସଙ୍ଗଠନ । ଚଳିତ ମାସ 5 ତାରିଖରୁ ଭୁବନେଶ୍ବର ୟୁନିଟ-3 ପଦର୍ଶନୀ ପଡିଆରେ ଏମଏସଏମଇ ବାଣିଜ୍ୟ ମେଳା ଆରମ୍ଭ ହୋଇଛି । ଏହି ମେଳାକୁ 6ଟି ଉଦ୍ୟୋଗୀ ସଙ୍ଗଠନ ଵୟକଟ କରିଛନ୍ତି। ଅଧିକ ପଢନ୍ତୁ...

By

Published : Mar 7, 2021, 9:36 PM IST

ଏମଏସଏମଇ  ବାଣିଜ୍ୟ ମେଳାକୁ ଵୟକଟ କଲା 6ଟି ଉଦ୍ୟୋଗୀ ସଙ୍ଗଠନ
ଏମଏସଏମଇ ବାଣିଜ୍ୟ ମେଳାକୁ ଵୟକଟ କଲା 6ଟି ଉଦ୍ୟୋଗୀ ସଙ୍ଗଠନ

ଭୁବନେଶ୍ବର: ଏମଏସଏମଇ ବାଣିଜ୍ୟ ମେଳାକୁ ବୟକଟ କଲେ 6 ଉଦ୍ୟୋଗୀ ସଙ୍ଗଠନ । ଚଳିତ ମାସ 5 ତାରିଖରୁ ଭୁବନେଶ୍ବର ୟୁନିଟ-3 ପଦର୍ଶନୀ ପଡିଆରେ ଏମଏସଏମଇ ବାଣିଜ୍ୟ ମେଳା ଆରମ୍ଭ ହୋଇଛି । ଏହି ମେଳାକୁ 6ଟି ଉଦ୍ୟୋଗୀ ସଙ୍ଗଠନ ଵୟକଟ କରିଛନ୍ତି।

ଏମଏସଏମଇ ବାଣିଜ୍ୟ ମେଳାକୁ ଵୟକଟ କଲା 6ଟି ଉଦ୍ୟୋଗୀ ସଙ୍ଗଠନ

ରାଜ୍ୟ ହେଉ ଅବା ଦେଶ ଅର୍ଥନୀତିର ଵିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ଯୋଗଦାନ ସବୁବେଳେ ରହି ଆସିଛି । କୋଭିଡ ସମୟରେ ଏମାନଙ୍କ ଅବଦାନ ସବୁଠି ଅଧିକା ରହିଥିବା ବେଳେ ସରକାର କିନ୍ତୁ ଏମାନଙ୍କୁ ଭୁଲି ବାହାରୁ ରପ୍ତାନି କରୁଛନ୍ତି । ଯାହାକୁ ନେଇ ଆତ୍ମନିର୍ଭରଶୀଳ ଉଦ୍ୟୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏପରିକି ଏମାନଙ୍କ ପାଇଁ ସରକାର ଆଣିଥିବା ନୀତିକୁ ବି ଖାଲି କାଗଜରେ ସିମିତ ରଖିଛନ୍ତି ସରକାର । ଏଣୁ ଉଦ୍ୟୋଗୀମାନେ ନିଜ ରାଜ୍ୟରେ ଘରୋଇ ଉତ୍ପାଦକୁ ବିକ୍ରି କରିପାରୁନାହାନ୍ତି । ଆଉ ସରକାର ବାହାରୁ ସାମଗ୍ରୀ କିଣି ଏମାନଙ୍କ ପେଟରେ ଲାତ ମାରୁଥିବା ବେଳେ ୨ ଲକ୍ଷରୁ ଅଧିକ ଶିଳ୍ପ ସଂସ୍ଥା ଏଥିପାଇଁ ଉତ୍ପାଦ ବିକ୍ରି କରିପାରୁନାହାନ୍ତି । ଏନେଇ ଅନେକ ଥର ଵିଭାଗୀୟ ଅଧିକାରୀ ଓ ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ନିଷ୍କର୍ସ ବାହାରିପାରିନାହି।

ଏହାକୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପପତିମାଙ୍କ ବିକାଶରେ ବାଧା ସୃଷ୍ଟି ହେଉଛି । ସରକାରଙ୍କ ଏହି ଉଦାସୀନତାକୁ ବିରୋଧ କରି ଉଦ୍ୟୋଗୀପତିମାନେ ପ୍ରତିବାଦ ଜଣାଇ ମେଳାରେ ସାମିଲ ହୋଇନାହାନ୍ତି । ଶିଳ୍ପ ସଂସ୍ଥାର ବିକାଶ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଉଛନ୍ତି। ଏମାନଙ୍କର କଣ ସମସ୍ୟା ରହିଛି, ଆଉ କାହିଁକି ସେମାନେ ଅର୍ଥନୀତି ବିକାଶ ଏହି ମେଳାରେ ସାମିଲ ହେଉନାହାନ୍ତି ଆଲୋଚନା ମାଧ୍ୟମରେ ଏହାର ନିରାକରଣ କରାଯିବ ବୋଲି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details