ଓଡିଶା

odisha

ETV Bharat / city

କୋରୋନା ଲକ୍‌ଡାଉନ୍‌ରେ କିପରି ରହିଛି ନନ୍ଦନକାନନ, ଜାଣନ୍ତୁ...

କୋରୋନା ପାଇଁ ଚାରିଆଡେ ଲକ୍‌ଡାଉନ ଥିବାବେଳେ ଏବେ ରାଜ୍ୟର ପ୍ରମୁଖ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବନ୍ଦ ହୋଇ ରହିଛି। ପ୍ରାଣୀ ମାନଙ୍କ ସୁରକ୍ଷା ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କହିଛନ୍ତି ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା । ଅଧିକ ପଢନ୍ତୁ...

nandankanan
ନନ୍ଦନକାନନ

By

Published : Apr 30, 2020, 7:54 PM IST

ଭୁବନେଶ୍ବର: କୋରୋନା ପାଇଁ ଚାରିଆଡେ ଲକ୍‌ଡାଉନ ଥିବାବେଳେ ଏବେ ରାଜ୍ୟର ପ୍ରମୁଖ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବନ୍ଦ ହୋଇ ରହିଛି। ପ୍ରାଣୀ ମାନଙ୍କ ସୁରକ୍ଷା ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କହିଛନ୍ତି ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା । କୋରୋନା ପାଇଁ ହେଉଥିବା ପ୍ରେସ ବିବୃତିରେ ସେ ଏହା କହିଛନ୍ତି ।

ନନ୍ଦନକାନନ

ରାଜ୍ୟରେ କୋରୋନା ପ୍ରଭାବ ଏବେ ବି ଜାରି ରହିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ମାର୍ଚ୍ଚ 15 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ସମସ୍ତ ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ଭାବରେ ରଖାଯାଇଛି। ସେମାନଙ୍କୁ ପ୍ରତିଦିନ ସ୍ବତନ୍ତ୍ର ଭାବରେ ପାଳନ କରାଯାଉଛି।

ନନ୍ଦନକାନନରେ 3000 ହଜାରରୁ ଅଧିକ ପ୍ରାଣୀ ଅଛନ୍ତି। ସେମାନଙ୍କୁ ସଫା ସୁତରା କରାଯାଉଛି। ସମସ୍ତ ଖାଇବା ଜିନିଷର ସ୍କ୍ରିନିଂ କରାଯାଉଛି। ଯେଉଁ ମାନେ ଖାଦ୍ୟ ଆଣୁଛନ୍ତି ସେମାନଙ୍କର ମଧ୍ୟ ସ୍କ୍ରିନିଂ କରାଯାଉଛି। ବର୍ତ୍ତମାନ ସମୟରେ ନନ୍ଦନକାନନରେ ସମସ୍ତ ଜୀବଜନ୍ତୁ ଓ କର୍ମଚାରୀଙ୍କ ସୁରକ୍ଷା ଓ ଯନ୍ତ ଠିକ ଭାବରେ ନିଆଯାଉଛି। କୌଣସି ଜୀବଜନ୍ତୁଙ୍କର ଅସୁବିଧା ହେଉନାହିଁ। ଯାହା କୋରୋନା ପରେ ନନ୍ଦନକାନନ ଯିବା ପରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details