ଓଡିଶା

odisha

ETV Bharat / city

ଜାଣନ୍ତୁ କ'ଣ ରହିଛି କାର୍ତ୍ତିକ ମାସର ମାହାତ୍ମ୍ୟ - ଶ୍ରେଷ୍ଠ ମାସ କାର୍ତ୍ତିକ

ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ଆମିଷ ବର୍ଜନ କରି ସାତ୍ତ୍ବିକ ଖାଦ୍ୟ ଗ୍ରହଣ କରିଥାନ୍ତି । ହବିଷ୍ୟାଳିମାନେ ପୁଣ୍ୟ ଅର୍ଜନ ପାଇଁ ମାସସାରା ରାଧା ଦାମୋଦର ପୂଜା କରିଥାନ୍ତି ।

କାର୍ତ୍ତିକ ମାସର ମାହାତ୍ମ୍ୟ

By

Published : Oct 18, 2019, 7:57 AM IST

ହାଇଦ୍ରାବାଦ: ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ । ଆଉ ଏହି ବାର ମାସ ଭିତରୁ କାର୍ତ୍ତିକକୁ ଶ୍ରେଷ୍ଠ ତଥା ଧର୍ମ ମାସ ବୋଲି କୁହାଯାଇଥାଏ । ଏହି ମାସ ଆରମ୍ଭରୁ ଭୋରରୁ ସ୍ନାନ କରି ମାସସାରା ଦେବଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି । ବିଶେଷ କରି ଏହି ମାସଟି ବିଧବା ମହିଳାଙ୍କ ପାଇଁ ବିଶେଷ ମହତ୍ତ୍ବ ରଖିଥାଏ ।

କାର୍ତ୍ତିକ ମାସର ମାହାତ୍ମ୍ୟ

ଏହି ମାସରେ ହବିଷ୍ୟ ବତ୍ରର ଖୁବ୍ ମାନ୍ୟତା ରହିଛି । ପ୍ରତିଟି ହବିଷ୍ୟାଳି ଆମିଷ ଭୋଜନ ପରିତ୍ୟାଗ କରନ୍ତି । ବିଶେଷ କରି ହିନ୍ଦୁ ଘରର ବ୍ରାହ୍ମଣ ବିଧବାଙ୍କ ପାଇଁ ଏହି ହବିଷ୍ୟ ପାଳନ ବାଧ୍ୟତାମୂଳକ ହୋଇଥାଏ ।

ପୂଜାର ବିଧି

ସକାଳୁ ସ୍ନାନ ଓ ଦେବଦର୍ଶନ ପରେ ଏକାଠି ହୋଇ ହବିଷ୍ୟାଳିମାନେ ଚଉରା ପାଖରେ ରାଧା-ଦାମୋଦରଙ୍କୁ ପୂଜା କରିବା ସହ କାର୍ତ୍ତିକ ମାହାତ୍ମ୍ୟ ପାଠ କରନ୍ତି । ପରେ ସୂର୍ଯ୍ୟାସ୍ତ ପୂର୍ବରୁ ହବିଷ୍ୟ ପାଳନ କରନ୍ତି । ସନ୍ଧ୍ୟାରେ ଆକାଶଦୀପ ଲଗାଇଥା'ନ୍ତି । ଏହିପରି ଗୋଟିଏ ମାସ ପାଳନ କରିଥା'ନ୍ତି ହବିଷ୍ୟାଳି।

ତେବେ ଚଳିତବର୍ଷ 14 ଅକ୍ଟୋବରରେ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏହା ମାସକୁ ପୂଣ୍ୟମାସ ବୋଲି ମଧ୍ୟ କୁହାଯାଇଥାଏ । ଏହି ମାସରେ ବିଶେଷ ଭାବରେ ତୁଳସୀ ମାତା ଏବଂ ଶାଳଗ୍ରାମଙ୍କୁ ପୂଜା କରାଯାଇଥାଏ । ଏହି ମାସରେ ବ୍ରତ, ସ୍ନାନ ଏବଂ ଦାନ କରିବା ଦ୍ବାରା ସମସ୍ତ ପାପାରୁ ମୁକ୍ତି ମିଳିଥାଏ ।

ABOUT THE AUTHOR

...view details