ଓଡିଶା

odisha

By

Published : Mar 28, 2022, 1:36 PM IST

ETV Bharat / city

ଗୃହରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ, ମନ୍ଦିରକୁ ବିପଦକୁ ଠେଲି ଦିଆଯାଉଛି କହିଲେ ସୁର

ଗୃହରେ ଉଠିଲା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ପ୍ରସଙ୍ଗ। ଶୂନ୍ୟକାଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ ଉଠାଇଲେ ବିଧାୟକ ସୁରେଶ ରାଉତରାୟ । ଅଧିକ ପଢନ୍ତୁ

ଗୃହରେ ଉଠିଲା ଶ୍ରୀଜଗନ୍ନାଥଙ୍କଙ୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ
ଗୃହରେ ଉଠିଲା ଶ୍ରୀଜଗନ୍ନାଥଙ୍କଙ୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ

ଭୁବନେଶ୍ବର: ଗୃହରେ ଉଠିଲା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ପ୍ରସଙ୍ଗ। ଶୂନ୍ୟକାଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଙ୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ ଉଠାଇଲେ ବିଧାୟକ ସୁରେଶ ରାଉତରାୟ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟବାସୀ ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ଭକ୍ତ କିନ୍ତୁ ରାଜ୍ୟ ସରକାର ଆଜି କଣ କରୁଛନ୍ତି। ଐତିହ୍ୟ ନାଁରେ ମନ୍ଦିରକୁ ବିପଦକୁ ଠେଲି ଦିଆଯାଉଥିବା କହି ବର୍ଷିଛନ୍ତି ସୁର ରାଉତରାୟ ।

ମନ୍ଦିରର ଚର୍ତୁପାର୍ଶ୍ବ ଖନନ କରି ବିପଦକୁ ଡାକୁଛନ୍ତି ସରକାର। ଯାହା ଫଳରେ ମନ୍ଦିରରେ ଫାଟ ଦେଖାଦେଲାଣି। ମନ୍ଦିରକୁ ବିପଦରେ ନପକାନ୍ତୁ ରାଜ୍ୟ ସରକାର ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ଯେଉଁ ଫାଟ ହୋଇଛି ତାହାର ମରାମତି କରିବା ସହ ହୋଇଥିବା ଗର୍ତ୍ତକୁ ପୋତି ଶ୍ରୀମନ୍ଦିରକୁ ସୁରକ୍ଷା ଦିଅନ୍ତୁ। ଯେଉଁ ଦୋଷୀ ଏ ଗୁଡ଼ିକ କରି ମନ୍ଦିରକୁ ବିପଦରେ ପକାଇଛନ୍ତି ତାଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details