ଓଡିଶା

odisha

ETV Bharat / city

ଚାହିଦା ଦେଖି ଫାଇଦାରେ ଖଣ୍ଡଗିରି ମେଳା ଦୋକାନୀ

ଖଣ୍ଡଗିରି ମେଳା ବୁଲି ଯାଉଛନ୍ତି କି ? ତାହାଲେ ହୋଇ ଯାଆନ୍ତୁ ସାବଧାନ । ଦେଖିଚାହିଁ ଖାଆନ୍ତୁ ଖାଦ୍ଯ। ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ ।

By

Published : Feb 19, 2019, 11:53 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ଖଣ୍ଡଗିରି ମେଳା ବୁଲି ଯାଉଛନ୍ତି କି ? ତାହାଲେ ହୋଇ ଯାଆନ୍ତୁ ସାବଧାନ । ଦେଖିଚାହିଁ ଖାଆନ୍ତୁ ଖାଦ୍ଯ। ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ । କାରଣ ଏଠାରେ ବାସି ହୋଇଯାଇଥିବା ଚାଟ, ଚାଉମିନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ଦୋକାନୀ । ଖାଦ୍ଯ ସୁରକ୍ଷା ଅଧିକାରୀଙ୍କ ଚଢାଉ ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ସୋମବାର ଓ ମଙ୍ଗଳବାର ଦୁଇଦିନ ଚଢାଉ କରି ପାଖାପାଖି 45 କେଜିରୁ ଉର୍ଦ୍ଧ୍ୱ ଖାଦ୍ଯ ନଷ୍ଟ କରାଯାଇଛି। ମଙ୍ଗଳବାର ଚାରୋଟି ଦୋକାନର ମିଠା ଓ ପେଟିସ, ହୋଟେଲରୁ ତରକାରି ଝୋଳ ଆଦି ନମୁନା ସଂଗ୍ରହ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ଯଦି ଖାଦ୍ୟ ବାସି ହୋଇଥିବା ପ୍ରମାଣ ହୁଏ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଖଣ୍ଡଗିରି ମେଳାରେ ଲୋକଙ୍କ ଭିଡ ଜମୁଥିବା ବେଳେ ଚାଟ, ଚାଉମିନ, ଦହିବରା ଏବଂ ଛଣାଛଣି ଦୋକାନରେ ଭିଡ ଜମୁଛି। ହେଲେ ଦୋକାନୀ ମାନେ ବଳକା ଆଳୁ ଚାଟ ଦହିବରା, ଚିକେନ, ବରା ପିଆଜି ଛଣାଛଣି ଜିନିଷକୁ ପୁନଶ୍ଚ ବିକ୍ରି କରୁଛନ୍ତି । ଫଳରେ ସୃଷ୍ଚି ହେଉଛି ଅସ୍ବାସ୍ଥ୍ଯକର ପରିବେଶ । ସଚେତନତା ଦୃଷ୍ଟିରୁ ବିନା ଫାଇନରେ ଚଢାଉ କରାଯାଉଥିବା ବେଳେ ବାରମ୍ବାର ନିୟମ ଉଲଙ୍ଘନ କଲେ କାର୍ଯାନୁଷ୍ଠାନ ବା ଫାଇନ କଟାଯିବ ବୋଲି କହିଛନ୍ତି ଫୁଡ ଇନସ୍ପେକ୍ଟର ସତ୍ଯଜିତ ପଟେଲ ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details