ଓଡିଶା

odisha

ETV Bharat / city

ଶିବରାଜଙ୍କ ଟାର୍ଗେଟରେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ଶିବରାଜ ସିଂହ ଚୌହାନ । ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 11, 2019, 2:02 PM IST


ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ଶିବରାଜ ସିଂହ ଚୌହାନ । ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା, ଜଳସେଚନ, ସ୍ବଚ୍ଛଭାରତ ଅଭିଯାନ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ଶିବରାଜ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶିବରାଜ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । କାଳିଆ ଯୋଜନା ତାଲିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ । କାହିଁକି ରାଜ୍ୟ ସରକାର ସ୍ପଷ୍ଟ କରୁନାହାଁନ୍ତି ଚାଷୀଙ୍କ ତାଲିକା । କାଳିଆ ଯୋଜନାରେ 57 ଲକ୍ଷଙ୍କ ନାଁ ଦେଇଥିବାବେଳେ ପିଏମ କିଶାନ ଯୋଜନା ପାଇଁ କେନ୍ଦ୍ରକୁ କାହିଁକି 9 ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି ବୋଲି ପଚାରିଲେ ପ୍ରଶ୍ନ । ଏହା ସହ ଜଳସେଚନକୁ ନେଇ ମଧ୍ୟ ସରକାରଙ୍କୁ ଘେରିଲେ ଶିବରାଜ । ନବୀନ ସରକାର ଏଠି 20 ବର୍ଷ ଶାସନ କରି ମଧ୍ୟ ମାତ୍ର 31 ପ୍ରତିଶତ ଜଳସେଚନ କରିବା ସରକାର କୃଷକର ଉନ୍ନତି ଚାହୁଁନଥିବା ଦର୍ଶାଉଥିବା ସେ କହିଛନ୍ତି । ମଧ୍ୟପ୍ରଦେଶରେ ଆମ ସରକାର ଆସିବା ପୂର୍ବରୁ 7.5 ଲକ୍ଷ ହେକ୍ଟର ଜମି ଜଳସେଚିତ ଥିବାବେଳେ ତାହା ବିଜେପି ସରକାର ସମୟରେ 43 ହେକ୍ଟର ଲକ୍ଷକୁ ବୃଦ୍ଧି ପାଇଥିବା ଏହି ଅବସରରେ ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶାରେ ସ୍ବଚ୍ଛ ଭାରତ ଅଭିଯାନରେ ମିଳୁଥିବା ଟଏଲଟରେ ଚଞ୍ଚକତା ହୋଇଥିବା ମଧ୍ୟ ସେ କହିଛନ୍ତି । ଏଥିସହ ଓଡିଶାର ବିକାଶ ନହେବା ନେଇ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଦାୟୀ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ବିଜେଡି ସବୁ କ୍ଷେତ୍ରରେ ବିଜେପିକୁ ସାହାଯ୍ୟ କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଜେପିର ନୀତି ସ୍ପଷ୍ଟ, ଓଡିଶାରେ ଦଳ ଏକାକୀ ଲଢିବ । ଆଗାମୀ ଦିନରେ ସରକାର ମଧ୍ୟ ଗଠନ କରିବ । ରାଷ୍ଟ୍ରନିର୍ମାଣ ପାଇଁ ଯଦି କେଉଁ ଦଳ ସମର୍ଥନ କରେ, ତାହା ଖୁସିର କଥା ତାକୁ ନେଇ ରାଜନୀତି କରାନଯାଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details