ଓଡିଶା

odisha

ETV Bharat / city

ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଚାର ପ୍ରସ୍ତୁତ କରିବେ ଏସଏଚଜି

ଅତ୍ୟାଧୁନିକ ଜ୍ଞାନକୌଶଳରେ ରାଜ୍ୟରେ ପ୍ରସ୍ତୁତ ହେବ ଆଚାର । ଏହି ଆଚାର ପ୍ରସ୍ତୁତ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ସହରାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଅଧିକ ପଢନ୍ତୁ...

ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଚାର ପ୍ରସ୍ତୁତ କରିବେ ଏସଏଚଜି
ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଚାର ପ୍ରସ୍ତୁତ କରିବେ ଏସଏଚଜି

By

Published : Mar 21, 2021, 7:08 PM IST

ଭୁବନେଶ୍ବର: ଅତ୍ୟାଧୁନିକ ଜ୍ଞାନକୌଶଳରେ ରାଜ୍ୟରେ ପ୍ରସ୍ତୁତ ହେବ ଆଚାର । ଏହି ଆଚାର ପ୍ରସ୍ତୁତ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ସହରାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଚାର ପ୍ରସ୍ତୁତ କରିବେ ଏସଏଚଜି

ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଓ ମିଶନ୍ ଶକ୍ତି ମହିଳା ଗୋଷ୍ଠୀ ଗୁଡ଼ିକୁ ଆଚାର ପ୍ରସ୍ତୁତି, ବ୍ୟବସାୟ ଓ ପରିଚାଳନାରେ ସମ୍ପୃକ୍ତି ଲାଗି ନିଷ୍ପତ୍ତି ନେଇଛି । ଏଥିପାଇଁ ମିଶନ ଶକ୍ତି ଗୋଷ୍ଠୀ ଏବଂ କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ପ୍ରତିଷ୍ଠାନ (ସିଏଫ୍‍ଟିଆରଆଇ) ମଧ୍ୟରେ ରାଜିନାମା ହୋଇଛି ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଚାର ପ୍ରସ୍ତୁତ କରିବେ ଏସଏଚଜି
ଆଚାର ପ୍ରସ୍ତୁତି ବାବଦରେ ସିଏଫ୍‍ଟିଆରଆଇ ଜ୍ଞାନକୌଶଳ ଯୋଗାଇ ଦେବ । ଆହାର କେନ୍ଦ୍ରଗୁଡ଼ିକରେ ଆଚାର ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ମିଶନ ଶକ୍ତିର ମହିଳା ସଦସ୍ୟ ଓ ଆହାର କେନ୍ଦ୍ରର ସଦସ୍ୟଙ୍କୁ ନେଇ 11 ଜଣିଆ ଦଳ ସିଏସ୍‍ଆରଆଇ, ମୈସୁର ପରୀକ୍ଷାଗାର ପରିଦର୍ଶନ କରିଛନ୍ତି । ସିଏଫ୍‍ଟିଆରଆଇର ବୈଜ୍ଞାନିକମାନେ ମାର୍ଚ୍ଚ ୧୭ ଓ ୧୮ ରେ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଚାର ପ୍ରସ୍ତୁତ କରିବେ ଏସଏଚଜି
ଏହି ପରିଦର୍ଶନ ସମୟରେ ସଦସ୍ୟମାନେ ଏକ ନୂତନ ଅନୁଭୂତି ଓ ଜ୍ଞାନକୌଶଳ ପାଇବେ । ଆଚାର ଉତ୍ପାଦନ ପ୍ରକ୍ରିୟାରେ ସେମାନଙ୍କର ଦକ୍ଷତା ବିକାଶ କରିବା ସହିତ ଖାଦ୍ୟ ନିରାପତ୍ତା ଏବଂ ସ୍ୱଚ୍ଛତା ମାନକ ଅନୁସରଣ କରିବେ । ବ୍ୟବହାର ହେବାକୁ ଥିବା ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ସଂକ୍ରାନ୍ତରେ ବୁଝିପାରିବେ ମହିଳା । ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଏହି ପଦକ୍ଷେପ ରାଜ୍ୟର ମହିଳାମାନଙ୍କୁ ସଫଳ ଉଦ୍ୟୋଗୀଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।ଗୃହ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକ ସହିତ ମିଶି ଓଡ଼ିଶାର ସମସ୍ତ ୧୬୭ ଆହାର କେନ୍ଦ୍ରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମହିଳାମାନେ କରୁଛନ୍ତି । ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା), ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଯେଭଳି ସୁରୁଖୁରୁରେ କାର୍ଯ୍ୟ କରିବ ସେନେଇ ନିୟମିତ ମନିଟରିଂ କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details