ଓଡିଶା

odisha

ETV Bharat / city

ଆହୁରି 3ଦିନ ଥରିବ ଓଡିଶା, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି - ରାଜ୍ୟରେ ଶୀତ ଲହରୀ

ଆଗକୁ ଆହୁରି 3ଦିନ ପ୍ରବଳ ଥଣ୍ଡାରେ ଥରିବ ସମଗ୍ର ରାଜ୍ୟ । ଏନେଇ ସୂଚନା ଦେବା ସହ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

winter in odisha, odisha winter latest news, ରାଜ୍ୟରେ ଶୀତ ଲହରୀ, ଓଡିଶାରେ ଶୀତ ଲାଟେଷ୍ଟ ନ୍ୟୁଜ୍‌
ଆହୁରି 3ଦିନ ଥରିବ ରାଜ୍ୟ

By

Published : Dec 28, 2019, 12:01 AM IST

ଭୁବନେଶ୍ବର: ଆଗକୁ ଆହୁରି 3ଦିନ ପ୍ରବଳ ଥଣ୍ଡାରେ ଥରିବ ସମଗ୍ର ରାଜ୍ୟ । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ ଓ ବାଲେଶ୍ବରର ବିଭିନ୍ନ ସ୍ଥାନରେ ଥଣ୍ଡା ପବନ ବୋହିବା ସହ ତାପମାତ୍ରା 4-6 ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେବା ସହ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ଆଗାମୀ ଦୁଇ ଦିନ ଉତ୍ତର ଓଡିଶା ସହ କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ଲାଗି ରହିବାର ସମ୍ଭାବନା ରହିଛି । ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଅନୁଗୋଳରେ ଘନ କୁହୁଡି ଦେଖା ଦେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

ଏଥିସହ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଘର ନଥିବା ସାଧାରଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଉପଯୁକ୍ତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଘନ କୁହୁଡିରେ ଗାଡି ମୋଟର ଚଳାଚଳ ଠିକ ଭାବରେ କରିବାକୁ ପୋଲିସ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details