ଓଡିଶା

odisha

ETV Bharat / city

ବିଦ୍ୟୁତ ସଂଯୋଗ କାର୍ଯ୍ୟରେ ନିୟୋଜିତ ଆହତଙ୍କ ଖର୍ଚ୍ଚ ବହନ କରିବ ସେସୁ - sesu sponser

ବିଦ୍ୟୁତ ସଂଯୋଗ କାମରେ ନିୟୋଜିତ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତ ହେଲେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବା ନେଇ ଘୋଷଣା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 19, 2019, 8:45 AM IST

ଭୁବନେଶ୍ବର: ବାତ୍ୟା ପରେ ବିଦ୍ୟୁତ ସଂଯୋଗ କାମରେ ନିୟୋଜିତ କର୍ମଚାରୀଙ୍କର ଦୁର୍ଘଟଣାଜନିତ ମୃତ୍ୟ ହୋଇଥିଲା । ଆଉ ଏବେ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତ ହେଲେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବା ନେଇ ଘୋଷଣା କରାଯାଇଛି। ଏନେଇ ସେସୁ ବରିଷ୍ଠ ସାଧାରଣ ପରିଚାଳକ(ମାନବ ସମ୍ବଳ)ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସେସୁର କର୍ମଚାରୀ ହୁଅନ୍ତୁ ବା ଠିକାଦାର ଜରିଆରେ କାମ କରୁଥିବା କର୍ମଚାରୀ । ପୁନରୁଦ୍ଧାର କାମରେ ଲାଗିଥିବା ଅବସ୍ଥାରେ ମୃତ୍ୟୁ ବରଣ କଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ ଓ ସେସୁ ପକ୍ଷରୁ ୫ ଲକ୍ଷ ଏଭଳି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହାସହ ଦୁର୍ଘଟଣାରେ ଆହତ ହେଲେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବ। ଏହା ଓଡ଼ିଶା ଭିତରେ ଓ ବାହାରୁ ଆସୁଥିବା ସମସ୍ତ ଶ୍ରମିକ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ଲାଗୁ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ, ଭୁବନେଶ୍ବରରେ ଏ ଯାବତ୍‌ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଓ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି। ପୁରୀରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ଏକାଧିକ ଆହତ ହୋଇଛନ୍ତି।

ଭୁବନେଶ୍ବରରୁ ବିକାସ ଦାସ, ଇଟିଭି ଭାରତ

ABOUT THE AUTHOR

...view details