ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ପରିମଳ ପରିଚାଳନାକୁ ବିଏମସିର ଗୁରୁତ୍ବ - ସ୍ମାର୍ଟସିଟି

ସ୍ମାର୍ଟସିଟି ଭୁବନେଶ୍ବରରେ ପରିମଳ ପରିଚାଳନାକୁ ଦିଆଯିବ ଗୁରୁତ୍ବ । ନିୟମ ଖିଲାପ କଲେ ଦେବାକୁ ପଡିବ ୫୦ହଜାର ଜୋରିମାନା।

ଫଟୋସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Jul 28, 2019, 1:25 AM IST

ଭୁବନେଶ୍ବର: ଏଣିକି ରାଜଧାନୀରେ ମଳ ଉଠାଉଥିବା ସେଶପୁଲ ଗାଡି ଉପରେ ଲାଗିବ କଟକଣା । ସ୍ମାର୍ଟସିଟି ଭୁବନେଶ୍ବରରେ ପରିମଳ ପରିଚାଳନାକୁ ଦିଆଯିବ ଗୁରୁତ୍ବ । ନିୟମ ଖିଲାପ କଲେ ଦେବାକୁ ପଡିବ ୫୦ହଜାର ଜୋରିମାନା । ଏଭଳି ସୂଚନା ଦେଇଛନ୍ତି ବିଏମସି କମିଶନର।

ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସ୍ମାର୍ଟସିଟିରେ ମଳ ଆବର୍ଜନାର ସଠିକ ପରିଚାଳନା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୫ ଦିନ ଭିତରେ ମଳ ବ୍ୟବସାୟ କରୁଥିବା ଶେଷପୁଲ ଗାଡିକୁ ପଞ୍ଜିକୃତ କରାଇଲେ ମିଳିବ ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଲୋକଙ୍କର ସଚେତନତା ଅଭାବ କାରଣରୁ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ମଳ ପଡି ରହିବାରୁ ଏଭଳି ସ୍ଥିତି ଉପୁଜିଛି । ତେବେ ସହରକୁ ପ୍ରଦୂଷଣ ମୁକ୍ତ କରିବା ସହିତ ମଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନୂଆ ନିୟମ ଗ୍ରହଣ ହେବାକୁ ଯାଉଛି ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ ବେଆଇନ ମଳ ସଂଗ୍ରହ କରୁଥିବା ଘରୋଇ ଶେଷପୁଲ ଗାଡି ଗୁଡିକୁ ତାଗିଦ କରାଯାଇଛି । ବିଏମସି , ପୋଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏକ ସ୍କ୍ବାର୍ଡ ଗଠନ କରାଯିବ।

ଅନ୍ୟପଟେ ଶେଷପୁଲ ବ୍ୟବସାୟରେ ଲିପ୍ତ ଥିବା ଗାଡି ମାଲିକଙ୍କ ସୂଚନା ଅନୁସାରେ ଗାଡି ପିଛା ରେଟକୁ ସଂଶୋଧିତ କରିବାକୁ ବିଏମସିକୁ ଅନୁରୋଧ କରିଛନ୍ତି ଶେଷପୁଲ ଗାଡି ବ୍ୟବସାୟୀ ସଂଜୟ ବିଶ୍ବାସ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details