ଓଡିଶା

odisha

ETV Bharat / city

ରାଜ୍ୟକୁ ହିଡେନ ସଂକ୍ରମିତଙ୍କ ଚିନ୍ତା, ସର୍ଭିଲାନ୍ସକୁ ଅମୋଘ ଅସ୍ତ୍ର କହିଲେ ବିଶେଷଜ୍ଞ - ହିଡେନ ସଂକ୍ରମିତ

ରାଜ୍ୟରେ ହିଡେନ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଡୋର-ଟୁ-ଡୋର ସର୍ଭିଲାନ୍ସକୁ ଅମୋଘ ଅସ୍ତ୍ର ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ରାଜ୍ୟକୁ ହିଡେନ ସଂକ୍ରମିତଙ୍କ ଚିନ୍ତା, ସର୍ଭିଲାନ୍ସକୁ ଅମୋଘ ଅସ୍ତ୍ର କହିଲେ ବିଶେଷଜ୍ଞ
ରାଜ୍ୟକୁ ହିଡେନ ସଂକ୍ରମିତଙ୍କ ଚିନ୍ତା, ସର୍ଭିଲାନ୍ସକୁ ଅମୋଘ ଅସ୍ତ୍ର କହିଲେ ବିଶେଷଜ୍ଞ

By

Published : Jul 18, 2021, 8:58 PM IST

ଭୁବନେଶ୍ବର:କୋରୋନାର ଲକ୍ଷଣ ଦେଖାଯିବା ପରେ ମଧ୍ୟ ଅନେକ ଲୋକ ଟେଷ୍ଟ ପାଇଁ ଆସୁନାହାନ୍ତି । ଏଣୁ ରାଜ୍ୟରେ ବହୁ ହିଡେନ ମାମଲା ଦେଖିବାକୁ ମିଳୁଛି । ଏଥିଲାଗି ଡୋରୁ ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର । ଏହା ମାଧ୍ୟମରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ 3 ମାସ ଇଣ୍ଟିଗ୍ରେଟେଡ଼ କରାଯିବ । ଯେହେତୁ ଏହି ସମୟରେ ଡେଙ୍ଗୁ ମଧ୍ୟ ବଢ଼ିଥାଏ, ତେଣୁ ଡେଙ୍ଗୁ ଓ ଏନସିଡିର କିଛି ରୋଗକୁ ନେଇ ମଧ୍ୟ ସର୍ଭିଲାନ୍ସ କରାଯାଉଥିଲା । ଅଗଷ୍ଟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଚାଲିବ । ଏଥିସହ କୋଭିଡ଼ ପାଇଁ ଆକ୍ଟିଭ ସର୍ଭିଲାନ୍ସ ଓ ସ୍ବତନ୍ତ୍ର ଭାବେ ଡେଙ୍ଗୁ ପାଇଁ ସର୍ଭିଲାନ୍ସ ଚାଲିବ । ଆଶାକର୍ମୀଙ୍କ ଦ୍ବାରା ଯେଉଁ ଡୋର-ଟୁ-ଡୋର ସର୍ଭେ ଓ ମନିଟର ହୋଇଥିଲା, ତାହାଯୋଗୁଁ ଲକ୍ଷେରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିଲେ । ମୁଖ୍ୟତଃ ସର୍ଭିଲାନ୍ସ କରି ହିଡେନ ମାମଲାଗୁଡିକୁ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ।

ରାଜ୍ୟକୁ ହିଡେନ ସଂକ୍ରମିତଙ୍କ ଚିନ୍ତା, ସର୍ଭିଲାନ୍ସକୁ ଅମୋଘ ଅସ୍ତ୍ର କହିଲେ ବିଶେଷଜ୍ଞ

ଯଦି ତୃତୀୟ ଲହର ଆସୁଛି ତେବେ ହିଡେନ ମାମଲା ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର । ଅଗଷ୍ଟ 24 ପରେ ମଧ୍ୟ ସର୍ଭିଲାନ୍ସ ଜୋରସୋରରେ ଚାଲିବ । ଇଣ୍ଟିଗ୍ରେଟେଡ଼ ଡିଜିଜ ସର୍ଭିଲାନ୍ସରେ ସାପ୍ତାହିକ ସର୍ଭିଲାନ୍ସ ହୁଏ । ସେଥିରେ ଡାଟା ଆସିଥାଏ ଏବଂ ଯେଉଁ କର୍ମଚାରୀମାନେ ସର୍ଭିଲାନ୍ସରେ ଯାଇଥାନ୍ତି ସେମାନେ ରିପୋର୍ଟ ଦିଅନ୍ତି । ତେବେ ଡୋର ଟୁ ଡୋର ସର୍ଭିଲାନ୍ସ ଦ୍ବାରା ହିଡେନ କେସ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ବର୍ତ୍ତମାନ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ରିପୋର୍ଟ ହିଁ କରୁନାହାନ୍ତି । ଜ୍ଵର ହେଲେ ଔଷଧ ଖାଇଦେଉଛନ୍ତି । ସେଥିପାଇଁ ମେଡିସିନ ଦୋକାନୀମାନଙ୍କୁ ନିର୍ଦ୍ଦେଶ ରହିଥିଲା, ଯେ ଯିଏ ବି ଜ୍ଵର ଓ ଥଣ୍ଡା ପାଇଁ ମେଡିସିନ ନେଇ ଖାଉଛନ୍ତି, ସେମାନଙ୍କର ତଥ୍ୟ ମେଡିସିନ ସରକାରଙ୍କୁ ଦେବେ ।

ସେପଟେ କଟକ, ଭୁବନେଶ୍ବର, ବାଲେଶ୍ଵର ଓ ବାରିପଦା ସବୁବେଳେ ଫୋକସରେ ରହିଛି । ଅଧିକ ପଜିଟିଭ ବାହାରୁଥିବା ଅଞ୍ଚଳକୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details