ଓଡିଶା

odisha

By

Published : Oct 18, 2020, 12:35 PM IST

ETV Bharat / city

ଗ୍ରୀନ୍ କରିଡରରେ ଏୟାରପୋର୍ଟ ଗଲେ ଗୁରୁତର ରୋଗୀ

ଘରୋଇ ହସ୍ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ କରିଡରରେ ଗଲେ ଗୁରୁତର ରୋଗୀ । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଗୁରୁତରଙ୍କ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

serious-patients-went-to-the-airport-in-the-green-corridor
serious-patients-went-to-the-airport-in-the-green-corridor

ଭୁବନେଶ୍ବର: ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜଣେ ଗୁରୁତର ରୋଗୀ ଗ୍ରୀନ କରିଡର ମଧ୍ୟରେ ଯାତ୍ରା କରିଛନ୍ତି । ଏକ ଘରୋଇ ହସ୍ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ କରିଡରରେ ଯାଇଛନ୍ତି ଜଣେ ରୋଗୀ । ଏକ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ନିଆରା ପ୍ରୟାସ କରିଛି କମିଶନରେଟ ପୋଲିସ ।

ହସ୍ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଗ୍ରୀନ୍ କରିଡର ଜରିଆରେ ସଫଳତାର ସହ ନିଆଯାଇଛି । ରୋଗୀ ଜଣଙ୍କ ଗୁରୁତର ରହିଥିବାରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ପଠାଯାଇଛି। ଆପୋଲା ହସ୍ପିଟାଲରୁ ବାହରିବା ପରେ ପ୍ରତି ଟ୍ରାଫିକ୍ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସସିକୁ ପରିବର୍ତ୍ତନ କରାଯାଇ ଏହି ବ୍ୟବସ୍ଥା କରାଯାଇଛି ।

ଆପୋଲୋ ହସ୍ପିଟାଲରୁ ଏୟାରପୋର୍ଟ ନ୍ୟୁ ଟର୍ମିନାଲ ଗେଟ୍ 1 ପର୍ଯ୍ୟନ୍ତ ମାତ୍ର 9 ମିନିଟି ବ୍ୟବଧାନରେ ରୋଗୀଙ୍କୁ ପହଞ୍ଚା ଯାଇଥିଲା ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସେପଟେ ଟ୍ରାଫିକ ପୋଲିସର ଏଭଳି ଉଦ୍ୟମକୁ ସମଗ୍ର ରାଜ୍ୟରେ ତାରିଫ କରାଯାଉଥିବା ବେଳେ ଖୁବ ପ୍ରଶଂସା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details