ଓଡିଶା

odisha

By

Published : Dec 28, 2020, 10:32 PM IST

Updated : Dec 29, 2020, 6:43 AM IST

ETV Bharat / city

ଆଇସିୟୁରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ବରିଷ୍ଠ ଓ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଅସୁସ୍ଥ । ଗତକାଲି ରାତି ଠାରୁ ମେଡ଼ିକାଲରେ ହୋଇଛନ୍ତି ଭର୍ତ୍ତି । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଛନ୍ତି ଡାକ୍ତରୀ ଦଳ । ଅଧିକ ପଢନ୍ତୁ...

କ୍ରିଟିକାଲ ଆଇସିୟୁରେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର
କ୍ରିଟିକାଲ ଆଇସିୟୁରେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ବର:ବରିଷ୍ଠ ଓ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଅସୁସ୍ଥ । ଗତକାଲି ରାତି ଠାରୁ ମେଡ଼ିକାଲରେ ହୋଇଛନ୍ତି ଭର୍ତ୍ତି । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଛନ୍ତି ଡାକ୍ତରୀ ଦଳ ।

ରାଜ୍ୟର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ଗତକାଲି ରାତିରେ ଅତିଶୟ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁଁ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ତାଙ୍କର କୋଭିଡ ନେଗେଟିଭ ଆସିଥିବାବେଳେ ରକ୍ତଚାପ ଓ କିଡନୀ ଜନିତ ସମସ୍ୟା ମଧ୍ୟ ରହିଥିବା ଜଣାପଡିଛି ।

ଡାକ୍ତରୀ ଟିମ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରି ଚିକିତ୍ସା ଜାରି ରଖିଥିବାବେଳେ ଗତକାଲି ଠାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହୋଇ ନଥିବା ତାଙ୍କ ଭାଇ ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 29, 2020, 6:43 AM IST

For All Latest Updates

ABOUT THE AUTHOR

...view details