ଭୁବନେଶ୍ବର:ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହା ଏକ ମିଥ୍ୟା ପ୍ରଚାର । ସୁରଙ୍କୁ ବଦନାମ କରିବାକୁ ବିଜେପି ଓ ବିଜେଡି ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏଭଳି ଖବର ପ୍ରସାରଣ କରିଥିବା ଚ୍ୟାନେଲ ନାମରେ ମାମଲା ରୁ୍ଜୁ କରିବେ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।
ସ୍ପଷ୍ଟୀକରଣରେ ସୁର ରାଉତରାୟ କହିଛନ୍ତି, ''ମୁଁ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ । ମୋ ସ୍ବପ୍ନ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ଓ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ । ଏହା ହେବା ଯାଏ ମୋ ଲଢେଇ ଜାରି ରହିବ । ମୁଁ ସଭାପତି ଥିଲି ରହିବି । ମୋ ନାମରେ ମିଥ୍ୟ ପ୍ରଚାର କରାଯାଉଛି । ମୋ ନାମରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅପପ୍ରଚାର କରୁଛି । ମୁଁ ସେହି ମିଡିଆ ନାମରେ ମାମଲା ଦାଖଲ କରିବି । ମୁଁ କୌଣସି ପଦରୁ ଇସ୍ତଫା ଦେଇ ନାହିଁ ଏହା କେବଳ ଏକ ଗୁଜବ ।''
ଖୋର୍ଦ୍ଧା ଜିଲ୍ଲା ସଭାପତିରୁ ପଦରୁ ହଟିବା ଖବର ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେଡି ବିଜେପି ଗୁଜବ ଉଠାଇଛନ୍ତି । ମିଡିଆଙ୍କ ସହିତ ଭଲ ସମ୍ପର୍କ ଅଛି କିପରି ନ ପଚାରି ଏହିପରି ଖବର ପ୍ରସାରଣ କଲେ ଏ ନେଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।