ଓଡିଶା

odisha

ETV Bharat / city

ଭୁବନେଶ୍ବର ଦେଖିଲା ବରିଷ୍ଠ ନାଗରିକଙ୍କ ପ୍ରତିଭା

ବରିଷ୍ଠ ନାଗରିକଙ୍କ ପ୍ରତିଭା ଓ ସେମାନଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ଅବସର ବିନୋଦନ ପାଇଁ ଅନୁଷ୍ଠିତ ହୋଇଥିଲା ଆନନ୍ଦ କେନ୍ଦ୍ର।

By

Published : Oct 26, 2019, 12:36 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାମ୍ପରେ ଚାଲିଲେ ବରିଷ୍ଠ ନାଗରିକ । ଏହା ସହିତ ନାଚି ଗାଇ ସନ୍ଧ୍ୟାର ମଜ୍ଜା ଉଠାଇବା ସହିତ ସମାଜକୁ ବିଭିନ୍ନ ସଚେତନତାର ବାର୍ତା ମଧ୍ୟ ପ୍ରଦାନ କରିଛନ୍ତି ।

ବରିଷ୍ଠ ନାଗରିକଙ୍କ ପାଇଁ ସେମାନଙ୍କର ଅବସର ସମୟକୁ ବିନିଯୋଗ କରି ନିଜର ବହୁମୁଖୀ ପ୍ରତିଭାର ସୁବିନିଯୋଗ ପାଇଁ ଆନନ୍ଦ କେନ୍ଦ୍ର ତିଆରି ହୋଇଥିଲା । ଗତକାଲି ଶୁକ୍ରବାର ଏହାର ବାର୍ଷିକ ଉତ୍ସବ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ନାଗରିକ ପ୍ରତିଭାର ପ୍ରଦର୍ଶନ କରିଥିଲେ।

ଏହି ଉତ୍ସବରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ, ଭାରତୀୟ ଯୋଗ ସଂସ୍ଥାନ ମୁଖ୍ୟ ସୁରେଶ କୁମାର ମହାପାତ୍ର, ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ମୁଖ୍ୟ ଧ୍ରୁବ ନନ୍ଦ, ଟାଟା ଟ୍ରଷ୍ଟ ଓଡିଶା ମୁଖ୍ୟ ରୋମା ଭୁଜବଲ ଏବଂ ହେଲ୍ପଏଜ ଇଣ୍ଡିଆର ଓଡିଶା ମୁଖ୍ୟ ଭାରତୀ ଚକ୍ର ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଏପରି ସେଣ୍ଟର ରାଜ୍ୟର ଅନ୍ୟସ୍ଥାନରେ ପ୍ରତିଷ୍ଠା ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ ବୋଲି ହେଲ୍ପଏଜ ଇଣ୍ଡିଆର ଭାରତୀ ଚକ୍ର ପ୍ରକାଶ ମତଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେଇଥିବା ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details