ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ ସ୍ଥଳ ପାଲଟିଛି ଓଡିଶା । ଯାହାକି ଆଜିର ଦିନରେ ରାଜ୍ୟର ଶାସକ, ପ୍ରଶାସକ ଓ ଜନସାଧାରଣଙ୍କ ପାଇଁ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି । ତେଣୁ ଏହାର ପ୍ରାଦୁର୍ଭାବରୁ କିପରି ଓଡିଶାକୁ ରକ୍ଷା କରାଯାଇପାରିବ ଏବଂ ଏହାର ନିରାକରଣ ପାଇଁ କିଭଳି ଭାବେ ସମସ୍ତେ ସଚେତନ ହୋଇ ପ୍ରୟାସ କରିବା ଦରକାର ସେନେଇ ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ପକେଟ ନ୍ୟୁଜ ଓ ଏସିଆନ ଏଜର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେ.କେ ପେପର ମିଲ୍ ର ପ୍ରଫୁଲ କୁମାର ଧଳ ମୁଖ୍ୟ ବକ୍ତା ଭାବେ ଏବଂ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିପର୍ଯ୍ୟୟ ସମୟରେ ସ୍ଥିତିର ଉପଯୁକ୍ତ ପରିଚାଳନା ନେଇ ମତବ୍ୟକ୍ତ କରିଥିଲେ ।