ଓଡିଶା

odisha

ମାସେ ଧରି ସେକ୍ରେଟେରିଏଟ କର୍ମଚାରୀ ନିଖୋଜ, ଅପହରଣ ଅଭିଯୋଗ ଆଣିଲେ ପତ୍ନୀ

ବିପଦରେ ଲୋକସେବା ଭବନର କର୍ମଚାରୀ। ଦୀର୍ଘ ମାସେ ଧରି ମିଳୁନି ଖୋଜ ଖବର। ନା ଆସୁଛନ୍ତି ଅଫିସ ନା ଫେରିଛନ୍ତି କ୍ବାଟରକୁ। କ୍ବାଟର ସାମ୍ନାରେ ରହିଛି ତାଙ୍କର ହୋଣ୍ଡା ସାଇନ ଗାଡି ହେଲେ ମିଳୁନି ଖୋଜ ଖବର। ଅଧିକ ପଢନ୍ତୁ...

By

Published : Jul 25, 2021, 8:40 PM IST

Published : Jul 25, 2021, 8:40 PM IST

ମାସେ ଧରି ସଚିବାଳୟ କର୍ମଚାରୀ ନିଖୋଜ
ମାସେ ଧରି ସଚିବାଳୟ କର୍ମଚାରୀ ନିଖୋଜ

ଭୁବନେଶ୍ବର: ବିପଦରେ ଲୋକସେବା ଭବନର କର୍ମଚାରୀ। ଦୀର୍ଘ ମାସେ ଧରି ମିଳୁନି ଖୋଜ ଖବର। ନା ଆସୁଛନ୍ତି ଅଫିସ ନା ଫେରିଛନ୍ତି କ୍ବାଟରକୁ। କ୍ବାଟର ସାମ୍ନାରେ ରହିଛି ତାଙ୍କର ହୋଣ୍ଡା ସାଇନ ଗାଡି ହେଲେ ମିଳୁନି ଖୋଜ ଖବର। ଯାହାକୁ ନେଇ ଶଙ୍କାରେ ରହିଥିବା ପରିବାର ଅଫିସର ଲୋକଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ।

ମାସେ ଧରି ସଚିବାଳୟ କର୍ମଚାରୀ ନିଖୋଜ

ଲୋକସେବା ଭବନର ଡେସ୍କ ଅଫିସର ସନ୍ତୋଷ ଦଳ ବେହେରା ଗତ ମାସ ୨୬ ତାରିଖରେ ଶେଷ ଥର ନିଜ ପତ୍ନୀଙ୍କ ସହ କଥା ହୋଇଥିଲେ। ପରେ ଗତ ମାସ ୩୦ ତାରିଖରେ ତାଙ୍କ ଅଫିସ ସଂସ୍କୃତି ବିଭାଗରୁ କଲ ଆସିଲା ଆପଣଙ୍କ ସ୍ବାମୀ କାହିକି ଅଫିସ ଆସୁନାହାନ୍ତି। ଯାହାକୁ ନେଇ ଖୋଜାଖୋଜି ପରେ ସହୀଦନଗର ଥାନାରେ ଏତଲା ଦେଇଛନ୍ତି। ହେଲେ ତଥାପି ଡେସ୍କ ଅଫିସର ସନ୍ତୋଷ ଦଳ ବେହେରାଙ୍କ କୌଣସି ଖୋଜ ଖବର ପାଉନାହିଁ ପୋଲିସ କି ପରିବାର ଲୋକେ।

ନିଖୋଜ ନେଇ ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରିବା ସହ ଅନେକ ସମୟରେ ଜଣେ ଉପରିସ୍ଥ ଅଧିକାରୀ କାର୍ଯ୍ୟରେ ଚାପ ପକାଉଥିବା ଅଭିଯୋଗ ଉଠାଇଛନ୍ତି ସନ୍ତୋଷଙ୍କ ପତ୍ନୀ। ଏପରିକି କିଛି ଗୁମର ତଥ୍ୟ ହୁଏତ ଜାଣିଥାଇ ପାରନ୍ତି ଯାହାକୁ ନେଇ ତାଙ୍କୁ ଅଫିସରୁ ଅପହରଣ କରାଯାଇଥାଇପାରେ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ନିଖୋଜ ନେଇ ସହିଦନଗର ଥାନାକୁ ପତ୍ନୀ ୧୦ ଥର ଦଉଡି ସାରିଲେଣି ହେଲେ ପୋଲିସ କୌଣସି ସୁରାକ ପାଉନାହିଁ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details