ପ୍ରଥମ ପର୍ଯ୍ୟାୟରେ 34 ପ୍ୟାକେଟ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 28 ଟି ପ୍ୟାକେଟ ଆସିଛି ଭ୍ୟାକ୍ସନ । ୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ ଟିକା ଆସିଛି । ଏହି ଟିକା ଏୟାରପୋର୍ଟରୁ ପୋଲିସର କଡା ସୁରକ୍ଷା ବଳୟରେ 3 ଟି କୋଭିଡ ଭ୍ୟାକ୍ସିନ ଭ୍ୟାନରେ ରାଜ୍ୟ ଔଷଧ ନିଗମ ଭଣ୍ଡାରକୁ ଆସିଛି।
ଭୁବନେଶ୍ବରରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
16:41 January 19
ଦ୍ବିତୀୟ ପର୍ଯ୍ୟାୟରେ 28 ଟି ପ୍ୟାକେଟରେ ଆସିଛି ଭ୍ୟାକ୍ସିନ
16:13 January 19
ଭୁବନେଶ୍ବରରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
ଭୁବନେଶ୍ବର: ବିମାନ ବନ୍ଦରରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା। ସ୍ପାଇସ ଜେଟରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି ୩ ଲକ୍ଷ ୩୪ ହଜାର ୫୩୪ ଟିକା। ଟିକାଗୁଡ଼ିକୁ ପୋଲିସର ସୁରକ୍ଷା ବଳୟ ଭିତରେ ଟିକା ଭଣ୍ଡାରକୁ ନିଅଯାଇଛି। ଓଡ଼ିଶାରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ଟିକା, ଭୁବନେଶ୍ବର ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ପଠାଯାଇଛି । ପୁନେ-ଭୁବନେଶ୍ବର ସ୍ପାଇସଜେଟ ବିମାନରେ ଟିକା ପହଞ୍ଚିଛି । ଦ୍ବିତୀୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ ଟିକା ଆସିଛି ।
ସୂଚନାଥାଉକି ଓଡ଼ଶାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଟିକା ୪ ଲକ୍ଷ ୮ ହଜାର ଡୋଜ ଆସିଥିଲା । ଏହା ଗତ 16 ତାରିଖ ଦିନ ଠାରୁ ରାଜ୍ୟରେ କୋଭିଡ ଟିକା ପ୍ରଦାନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 161 ଟି ସେସନ ସାଇଟରେ କୋଭିଡ ଟିକା ଦିଆଯାଉଛି । ରାଜ୍ୟର କୋଭିଡ ଯୋଦ୍ଧା ତଥା ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯାଉଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ