ଭୁବନେଶ୍ବର: ସାରା ବିଶ୍ବକୁ ନିଜ କବଳକୁ ନେଇଛି ମହାମାରୀ କୋରୋନା । ରାଜ୍ୟରେ ପୁଣି ଜଣେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଓଡିଶାର ଦ୍ଵିତୀୟ କୋରୋନା ପଜେଟିଭ୍ ଚିହ୍ନଟ - Odiha

ଓଡିଶାର ଦ୍ଵିତୀୟ କୋରୋନା ପଜେଟିଭ୍ ଚିହ୍ନଟ
23:02 March 19
ଓଡିଶାର ଦ୍ଵିତୀୟ କୋରୋନା ପଜେଟିଭ୍ ଚିହ୍ନଟ
ଆଉ ଏହି କ୍ରମରେ ଓଡିଶାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2ରେ ପହଞ୍ଚିଛି । ତେବେ ଆଜି 14ଟି ନମୁନା ପରୀକ୍ଷା ପାଇଁ ଯାଇଥିବାବେଳେ ଗୋଟିଏ ମାମଲା ପଜିଟିଭ୍ ଆସିଛି ।
ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, RMRCରେ ଗୁରୁବାର ୧୪ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ସେଥିରେ ଜଣଙ୍କର ପଜିଟିଭ୍ ଥିବା ଜଣାପଡିଛି । ଏହାସହ ନିକଟରେ ସେ ବିଦେଶ ଯାତ୍ରା କରିଥିବା ସୂଚନା ମିଳିଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Mar 20, 2020, 5:03 AM IST