ଓଡିଶା

odisha

ETV Bharat / city

ବାଜିଲା ଘଣ୍ଟି, ଖୋଲିଲା ସ୍କୁଲ; ପ୍ରଥମ ଦିନରେ ପିଲାଙ୍କ ଲମ୍ବା ଲାଇନ

ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସ୍କୁଲ । ପିଲାଙ୍କ ଅପେକ୍ଷାରେ ଥିବା ବିଦ୍ୟାଳୟ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ବହୁତ ଖୁସି । ଶିକ୍ଷା ବିଭାଗରେ ନିର୍ଦ୍ଦେଶ କ୍ରମେ SOP ଆଧାରରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଜିଠାରୁ ସ୍କୁଲ ଖୋଲିଛି । ଅଧିକ ପଢନ୍ତୁ...

By

Published : Jul 26, 2021, 12:46 PM IST

ବାଜିଲା ଘଣ୍ଟି, ଖୋଲିଲା ସ୍କୁଲ
ବାଜିଲା ଘଣ୍ଟି, ଖୋଲିଲା ସ୍କୁଲ

ଭୁବନେଶ୍ବର:ଶେଷ ହେଲା ଅପେକ୍ଷା । ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସ୍କୁଲ । ପିଲାଙ୍କ ଅପେକ୍ଷାରେ ଥିବା ବିଦ୍ୟାଳୟ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ବହୁତ ଖୁସି । ଶିକ୍ଷା ବିଭାଗରେ ନିର୍ଦ୍ଦେଶ କ୍ରମେ SOP ଆଧାରରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଜିଠାରୁ ସ୍କୁଲ ଖୋଲିଛି ।

ବାଜିଲା ଘଣ୍ଟି, ଖୋଲିଲା ସ୍କୁଲ

କୋରୋନାର ଦ୍ବିତୀୟ ଲହର ଭିତରେ ଆଜିଠୁ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଖୋଲୁଛି ସ୍କୁଲ୍ । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ କ୍ୟାମ୍ପସକୁ ସାନିଟାଇଜ କରାଯାଇଛି । ସକାଳ ୧୦ଟୁ ୧ଟା ପର୍ଯ୍ୟନ୍ତ ପିଲାମାନେ ପାଠ ପଢିବେ । ଆଇସୋଲେସନ୍ ରୁମ୍ ସହ ପିଲାଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ଓ ହ୍ୟାଣ୍ଡୱାସ୍ ମହଜୁଦ ରଖାଯାଇଛି । ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି ।

ସ୍କୁଲ ଖୋଲିବା ପରେ ରାଜଧାନୀର IRC ଭିଲେଜର ସ୍ଥିତି ପରିଖିଥିଲେ ଆମ ପ୍ରତିନିଧି । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅନେକ ସଂଖ୍ୟାକ ପିଲା ଆସିଥିବା ଦେଖିବାକୁ ମିଳିଛି । ପାଖାପାଖି 290 ଜଣ ପିଲା ବିଦ୍ୟାଳୟକୁ ଆସିଥିବା ସୂଚନା ଦେଇଛନ୍ତି ସ୍କୁଲ ପ୍ରଧାନଶିକ୍ଷକ । ସ୍କୁଲର ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଓସେପା ଅତିରିକ୍ତ ନିର୍ଦ୍ଦେଶକ ।

ସେପଟେ ଅନେକ ଦିନ ପରେ ବିଦ୍ୟାଳୟକୁ ଆସିଥିବାରୁ ବେଶ୍ ଖୁସି ଅଛନ୍ତି ପିଲାମାନେ । ଅନଲାଇନ କ୍ଲାସରେ ପାଠପଢିବା ନେଇ ଅସୁବିଧାର ସାମ୍ନା କରୁଥିଲେ ଛାତ୍ରଛାତ୍ରୀ । ଅଫଲାଇନ କ୍ଲାସରେ ପାଠପଢାର ସମସ୍ତ ଦ୍ବନ୍ଦ ଦୂର ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଭୁବେନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details