ଭୁବନେଶ୍ବର: ରାଜ୍ୟ ସଚିବାଳୟର ଆନେକ୍ସ ବିଲ୍ଡିଂରେ ଚାଲିଥିବା ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ସଟଡାଉନ କରିଦିଆଯାଇଛି । ସେପ୍ଟେମ୍ବର 6 ମଧ୍ୟରାତ୍ରୀ ଯାଏଁ କାର୍ଯ୍ୟାଳୟର ଏହି ବିଲ୍ଡିଂ ବନ୍ଦ ରହିବ । କାର୍ଯ୍ୟାଳୟରୁ କୋଭିଡ ପଜିଟିଭ ମାମଲା ଚିହ୍ନଟ ହେବା ପରେ ସାନିଟାଇଜ ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ବୁଧବାର ଭୁବନେଶ୍ବରରେ 541 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ 11273 କୋରୋନା ପଜିଟିଭି ମାମଲା ସାମ୍ନାକୁ ଆସିସାରିଛି ।