ଓଡିଶା

odisha

ETV Bharat / city

ଖୁବଶୀଘ୍ର ହୋଇପାରେ ଶିକ୍ଷକ ନିଯୁକ୍ତି, ଖାଲି ପଦବୀ ତାଲିକା ମାଗିଲା ଗଣଶିକ୍ଷା ବିଭାଗ - vacant teacher post

ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ତାଲିକା ପ୍ରଦାନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓ(DEO )ଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଖାଲିଥିବା ଶିକ୍ଷକ ପଦବୀ ତାଲିକା ଦେବାକୁ DEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଖାଲିଥିବା ଶିକ୍ଷକ ପଦବୀ ତାଲିକା ଦେବାକୁ DEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

By

Published : Dec 8, 2021, 7:45 AM IST

ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀ(DEO)ଙ୍କୁ ମଗାଯାଇଛି । ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତିରେ ସ୍ୱଚ୍ଛତା ବଜାୟ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲାସ୍ତରରେ ଖାଲିଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବେ DEO ।

ଖାଲିଥିବା ଶିକ୍ଷକ ପଦବୀ ତାଲିକା ଦେବାକୁ DEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ମାଧ୍ୟମିକ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ପଦବୀ ପୂରଣ ପାଇଁ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ପୋଷ୍ଟ ଲାଗି ଦୁଇଟି ପର୍ଯ୍ୟାୟରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଟ୍ରେନିଂ ଗ୍ରାଜୁଏଟ୍, ଟ୍ରେନିଂ ଗ୍ରାଜୁଏଟ୍ ସାଇନ୍ସ (PCM & CBZ) ଏବଂ ତେଲୁଗୁ ଶିକ୍ଷକ ଲାଗି ପ୍ରକାଶ ପାଇଥିଲା ବିଜ୍ଞାପନ । ଜିଲ୍ଲା ଆବଣ୍ଟନ ପାଇଁ ପ୍ରାର୍ଥୀମାନେ ସେମାନଙ୍କର ତଥ୍ୟ ଅନଲାଇନରେ ଦାଖଲ କରିଛନ୍ତି ।

କାଉନସେଲିଂକୁ ସ୍ୱଚ୍ଛ କରିବା ସହିତ ବିଭିନ୍ନ ବିଷୟ ପାଇଁ ଅସୁବିଧା ମୁକ୍ତ ପ୍ରାର୍ଥୀମାନଙ୍କୁ ଏକ ସିଷ୍ଟମ ଉତ୍ପାଦିତ ସଫ୍ଟୱେୟାରରେ ସେମାନଙ୍କ ପସନ୍ଦକୁ ଲକ୍ କରିବା ପାଇଁ ଡକାଯିବ, ଯାହା ଜିଲ୍ଲା ସ୍ତରରେ ହେବ । ଖାଲି ସ୍ଥାନ ଦେଖିବା ସହିତ ପଦବୀ ପୂରଣ କରିବା ପାଇଁ ଏକ ସ୍ମାର୍ଟ ଡିସପ୍ଲେ ବୋର୍ଡ/ଏଲଇଡି ସ୍କ୍ରିନକୁ କାଉନସେଲିଂ ହଲରେ ରଖିବା ଜରୁରୀ । ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡ ହେବ । ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଖାଲି ଶିକ୍ଷକମାନଙ୍କ ଯୋଗଦାନ ପାଇଁ ପ୍ରାଥମିକତା କ୍ରମରେ ବିଦ୍ୟାଳୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details