ଓଡିଶା

odisha

ETV Bharat / city

ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ଭୁବନେଶ୍ବର, ମନ୍ଦିରରେ ଭିଡ - ଭୁବନେଶ୍ବର

ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜା କରୁଛନ୍ତି ପତ୍ନୀ । ଫଳରେ ସମସ୍ତ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 3, 2019, 11:56 AM IST

ଭୁବନେଶ୍ବର: ସାବିତ୍ରୀ ବ୍ରତ ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜା କରୁଛନ୍ତି ପତ୍ନୀ । ଫଳରେ ସମସ୍ତ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଜି(ସୋମବାର) ସାବିତ୍ରୀ ଅମାବାସ୍ୟା । ସଧବା ସ୍ତ୍ରୀ ଲୋକ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି । ମନ୍ଦିରରେ ପୂଜା କରିଥାନ୍ତି । ଯେଉଁଥିପାଇଁ ଆଜି ଭୁବନେଶ୍ବରର ପ୍ରାୟ ସବୁ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି । ନୂଆ ଶାଢୀ, ଶଙ୍ଖା, ସିନ୍ଦୂର ଆଣି ମନ୍ଦିରରେ ପୂଜା କରି ନେଉଛନ୍ତି ।

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ସାବିତ୍ରୀ ତାଙ୍କୁ ଯମଙ୍କ ମୁହଁରୁ ଆଜିର ଦିନରେ ଛଡାଇ ଆଣିଥିଲେ । ତେଣୁ ଏହିଦିନ ପ୍ରତ୍ୟେକ ସଧବା ନାରୀ ନିଜ ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥାନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details