ଭୁବନେଶ୍ବର:ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ (Save Mahanadi Campaign) । ମହାନଦୀ ଯାତ୍ରାରେ ଆଜି(ଗୁରୁବାର) ଏବଂ ୨୦ ତାରିଖରେ କଲମା ବ୍ୟାରେଜ, ସମେତ ସୁଖସୋଡ଼ା, ହୀରାକୁଦ, ସୋନପୁର ଅବବାହିକା ପରିଦର୍ଶନ କରିବ ପ୍ରତିନିଧୀ ମଣ୍ଡଳୀ । ଏନେଇ ସୂଚନା ଦେଇଛନ୍ତି ଭାରତର ଜଳ ମାନବ ଭାବେ ପରିଚିତ ଡକ୍ଟର ରାଜେନ୍ଦ୍ର ସିଂ । ଓଡିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଲାଗିରହିଥିବା ତିକ୍ତତାର ଶୀଘ୍ର କିପରି ସମାଧାନର ବାଟ ବାହାରି ପାରିବ ସେ ନେଇ ଆଲୋଚନା ହେବ ବୋଲି କହିଛନ୍ତି ରାଜେନ୍ଦ୍ର ସିଂ ।
ଏହାସହ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠନ କରାଯାଇଥିବା ମହାନଦୀ ଟ୍ରିବୁନାଲ ଠିକ ଢ଼ଙ୍ଗରେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି ଜଳ ମାନବ । ଛତିଶଗଡ଼ ମହାନଦୀ ଉପରେ ଅନେକ ବ୍ୟାରେଜ ନିର୍ମାଣ କରିବା ଦ୍ବାରା ଓଡିଶାକୁ ସଠିକ ଢଙ୍ଗରେ ମହାନଦୀ ଜଳ ପ୍ରବେଶ କରି ପାରୁନାହିଁ । ଉଭୟ ରାଜ୍ୟ ଆପୋଷ ସମାଧାନ ମାଧ୍ୟମରେ ଏହାର ସମାଧାନ କରିବା ଆବଶ୍ୟକ।