ଓଡିଶା

odisha

ମା’ଙ୍କ ଷଷ୍ଠୀ ପୂଜା, ବେଲବରଣୀ ପରେ ମଣ୍ଡପରେ ବିଜେ ହେବେ ମା’

By

Published : Oct 4, 2019, 8:31 AM IST

ଆଜି(ଶୁକ୍ରବାର) ମା’ଙ୍କ ଷଷ୍ଠୀ ପୂଜା । ବେଲବରଣୀ ହୋଇ ମଣ୍ଡପରେ ବିଜେ ହେବେ ମହୀଷାମର୍ଦ୍ଦିନୀ। ବିଳମ୍ବିତ ସନ୍ଧ୍ୟାରେ ମାଙ୍କ ବେଲବରଣୀ ହେବା ସହ ମଣ୍ଡପରେ ବିଜେ ହେବେ ମା’ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି(ଶୁକ୍ରବାର) ମା’ଙ୍କ ଷଷ୍ଠୀ ପୂଜା । ବେଲବରଣୀ ହୋଇ ମଣ୍ଡପରେ ବିଜେ ହେବେ ମହୀଷାମର୍ଦ୍ଦିନୀ। ବିଳମ୍ବିତ ସନ୍ଧ୍ୟାରେ ମାଙ୍କ ବେଲବରଣୀ ହେବା ସହ ମଣ୍ଡପରେ କରାଯିବ ବିଜେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ମା’ ଜଗତଜନନୀ ଧରାବତାରଣ କରିବେ। ମା ଙ୍କ ପୂଜା ପାଇଁ ରାଜଧାନୀର ସମସ୍ତ ପୂଜା ମଣ୍ଡପର ପ୍ରସ୍ତୁତି ଶେଷ ହୋଇଛି। ଶିଳ୍ପୀମାନେ ମା’ଙ୍କୁ ଶେଷ ସ୍ପର୍ଶ ଦେଇଛନ୍ତି।

ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ଆଜି ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ। ବିଳମ୍ବିତ ସନ୍ଧ୍ୟା ସମୟରେ ମା’ଙ୍କ ବେଲବରଣୀ କରିବା ସହ ମା’ଙ୍କୁ ସାହି ବୁଲାଇ ମଣ୍ଡପରେ ବିଜେ କରାଯିବ। ସେପଟେ ପୂଜା ପାଇଁ ଆଲୋକମାଳାରେ ଝଲସୁଛି ସାରା ସହର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details