ଓଡିଶା

odisha

ETV Bharat / city

କୋଭିଡ ପ୍ୟାକେଜରେ ଉପକୃତ ହେବେ ଓଡିଶାବାସୀ: ସଞ୍ଜୟ ଦାସବର୍ମା - Sanjay Kumar Das Burma

ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଆଶା ଓ ଭରସା ସୃଷ୍ଟି କରିବ କୋଭିଡ ସହାୟତା ପ୍ୟାକେଜ । ଏନେଇ ମତ ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଅଧିକ ପଢନ୍ତୁ..

କୋଭିଡ ପ୍ୟାକେଜରେ ଉପକୃତ ହେବେ ଓଡିଶାବାସୀ:  ସଞ୍ଜୟ ଦାସବର୍ମା
କୋଭିଡ ପ୍ୟାକେଜରେ ଉପକୃତ ହେବେ ଓଡିଶାବାସୀ: ସଞ୍ଜୟ ଦାସବର୍ମା

By

Published : Jun 18, 2021, 6:53 AM IST

ଭୁବନେଶ୍ବର: ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି ପ୍ରମୁଖ ଉପକୃତ ହେବେ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ।

ସଞ୍ଜୟ କହିଛନ୍ତି ଯେ, ମହାମାରୀ କୋରୋନା ସମଗ୍ର ମାନବ ଜାତି ପାଇଁ ଏକ ବିରାଟ ଆହ୍ବାନ ସୃଷ୍ଟି କରିଛି । କୋରୋନା ବିରୋଧରେ ସଂଗ୍ରାମ ଜାରି ରହିଛି । ମହାମାରୀର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏବଂ ଚିକିତ୍ସା ପାଇଁ ସୃଷ୍ଟି ହୋଇଥିବା ଆହ୍ବାନକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରୁଛନ୍ତି ।

ଏଭଳି କଠିନ ସମୟରେ ମୁଖ୍ୟମନ୍ତ୍ରୀ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ସାଢ଼େ ୪ କୋଟି ରାଜ୍ୟବାସୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ୟାକେଜ୍ ନୂଆ ଆଶା ଓ ଭରସା ସୃଷ୍ଟି କରିବ ବୋଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details