ଓଡିଶା

odisha

By

Published : Jul 30, 2022, 11:17 AM IST

ETV Bharat / city

ଭରା ନଈରେ ପାର ହେଉଛନ୍ତି ଛାତ୍ରଛାତ୍ରୀ, OSCPCR ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହେଲା ଛାତ୍ର ସଂଗଠନ

ନୟାଗଡ ଜିଲ୍ଲାରେ ପୋଲ ନଥିବାରୁ ଭରା ନଦୀ ଦେଇ ପାର ହେଉଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣାକୁ ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଗୁରୁତ୍ବର ସହ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

ଭରା ନଦୀରେ ପାର ହେଉଛନ୍ତି ଛାତ୍ରଛାତ୍ରୀ,  OSCPCR ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହେଲା ସଂଗ୍ରାମୀ ଯୁବ ଛାତ୍ର ସଂଗଠନ
ଭରା ନଦୀରେ ପାର ହେଉଛନ୍ତି ଛାତ୍ରଛାତ୍ରୀ, OSCPCR ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହେଲା ସଂଗ୍ରାମୀ ଯୁବ ଛାତ୍ର ସଂଗଠନ

ଭୁବନେଶ୍ବର: ସ୍ବାଧିନତାକୁ ଅନେକ ବର୍ଷ ବିତିଛି । ତଥାପି ହୋଇପାରୁନାହିଁ ବିକାଶ । ପୋଲ ନଥିବାରୁ ଭରା ନଦୀରେ ପାର ହେଉଛନ୍ତି ଛାତ୍ରଛାତ୍ରୀ । ଏ ଭଳି ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲାରୁ । ଏହି ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରସ୍ଥ ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଘୁମୁଡିପଡା ପଞ୍ଚାୟତ ଦେଇ ପ୍ରବାହିତ ହେଉଛି ବୃତ୍ତଙ୍ଗ ନଦୀ । କାଚପଲ୍ଲୀ ଓ ଖଚୁଡ଼ି ଘାଟ ଦେଇ 50ରୁ ଅଧିକା ଶିଶୁ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢିବା ପାଇଁ ଏହି ଭରା ନଦୀ ଭିତର ଦେଇ ପାର୍ ହେଉଛନ୍ତି । ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ସଂଗ୍ରାମୀ ଯୁବ ଛାତ୍ର ସଂଗଠନର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାଟିକୁ ଗୁରୁତ୍ୱର ସହ ନେବା ସହ ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details