ଓଡିଶା

odisha

ETV Bharat / city

ବାଲୁକା କଳାରେ ବାତ୍ୟା 'ନିଭାର' ସଚେତନତା ଦେଲେ ସୁଦର୍ଶନ ପଟ୍ଟନାୟକ - sand art

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ 'ନିଭାର' ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ପରେ ଏହାକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

ବାଲୁକା କଳାରେ ବାର୍ତ୍ତା
ବାଲୁକା କଳାରେ ବାର୍ତ୍ତା

By

Published : Nov 25, 2020, 10:31 PM IST

ଭୁବନେଶ୍ବର: ବାଲୁକା କଳାରେ ଘୂର୍ଣ୍ଣିଝଡ 'ନିଭାର'କୁ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକା କଳାରେ ବାର୍ତ୍ତା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ 'ନିଭାର' ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ଏହାକୁ ନେଇ ଭୟଭୀତ ନହେବାକୁ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

ଏହାସହ ସମସ୍ତେ ସୁରକ୍ଷିତ ରହିବା ସହ ଅନ୍ୟଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସେ ବାଲୁକା କଳା ମାଧ୍ୟମରେ କହିଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ 'ନିଭାର'ର ପ୍ରଭାବରେ ବର୍ତମାନ ବର୍ଷା ଆରମ୍ଭ ହୋଇଯାଇ ଥିବାବେଳେ ଏହା ଆଜି(ବୁଧବାର) ମଧ୍ୟରାତ୍ରି କିମ୍ବା ୨୬ତାରିଖ ଭୋର ସମୟରେ ତାମିଲନାଡୁ ଓ ପୁଡୁଚେରୀର ଉପକୂଳର କାରାଇକଲ ଓ ମାମଲାପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details