ଭୁବନେଶ୍ବର: ଆଠଗଡ଼ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣା । ଫରେନସିକ ଟେଷ୍ଟ ଲାଗି OUAT ୱାଇଲ୍ଡ ଲାଇଫ ସେଣ୍ଟରକୁ ଆସିଛି ୩ ହାତୀ କଙ୍କାଳର ନମୁନା । ନମୁନା ଭିତରେ କାହାର କେବଳ ହାଡ଼ ଆସିଛି ତ ଆଉ କାହାର ହାଡ଼ ସହ ପଚା ମାଂସ ଅଥବା ଚମଡା କି ବୋନମ୍ୟାରୋ ଆସିଥିବା ଜଣାପଡ଼ିଛି ।
ଏନେଇ OUATର ବନ୍ୟଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ସଂଯୋଜକ କହିଛନ୍ତି ଯେ, "OUATକୁ 3 ଟି ହାତୀର କଙ୍କାଳର କିଛି କିଛି ନମୁନା ଆସିଛି । ଏସବୁ ନମୁନାରୁ ହାତୀର ଲିଙ୍ଗ ନିରୂପଣ ସହ ମୃତ୍ୟୁର କାରଣ, କେବେ ମୃତ୍ୟୁ ହୋଇଛି ଏ ସମ୍ପର୍କରେ ଜାଣିବାକୁ ପରୀକ୍ଷା କରାଯିବ । ତେବେ ନମୁନାର ଅବସ୍ଥା ଉପରେ ସବୁକିଛି ନିର୍ଭର କରୁଛି । ନମୁନା ଆସିବା ପରେ ପରୀକ୍ଷଣ ଆରମ୍ଭ ହୋଇଛି । ରିପୋର୍ଟ ଆସିବାକୁ ପ୍ରାୟ ୨ ସପ୍ତାହ ଲାଗିବ । ରିପୋର୍ଟ ଆସିବା ମାତ୍ରେ ତୁରନ୍ତ ଏହାକୁ PCCFଙ୍କୁ ଅବଗତ କରାଯିବ ।"